ଷ୍ଟାର ପ୍ରଚାରକ ତାଲିକା, ବଲିଉଡ଼ ତାରକାଙ୍କ ଭରସାରେ ବିଜେପି
Advertisement

ଷ୍ଟାର ପ୍ରଚାରକ ତାଲିକା, ବଲିଉଡ଼ ତାରକାଙ୍କ ଭରସାରେ ବିଜେପି

ବିଜେପି ମଧ୍ୟ ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ହେମା ମାଳିନୀ, ସନ୍ନି ଦେଓଲ ରହିଛନ୍ତି ।

ବିଜେପି ପାଇଁ ପ୍ରଚାର କରିବେ ସନ୍ନି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ନୂଆଦିଲ୍ଲୀର ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଷ୍ଟାର ପ୍ରଚାରକଙ୍କ ନାମ ପ୍ରକାଶ କରିଛନ୍ତି। ଏହି କ୍ରମରେ ବିଜେପି ମଧ୍ୟ ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛନ୍ତି। ତେବେ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ବିଜେପିର ପ୍ରଚାର ମଙ୍ଗ ଧରିବେ ସିନେ ତାରକା ତଥା ସାଂସଦ ସନ୍ନି ଦେଓଲ। ସେପଟେ ଏହି ଷ୍ଟାର ପ୍ରଚାରକମାନେ ସମଗ୍ର ଦିଲ୍ଲୀର ୭୦ଟି ବିଧାନସଭା ଆସନପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି।  

 

ତେବେ ଏହି ଷ୍ଚାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରହିଛନ୍ତି। ସେହିପରି ସାଂସଦ ମନୋଜ ତିଓ୍ୱାରୀ, ଗୌତମ ଗମ୍ଭୀର, ହଂସରାଜ ହଂସ, ରମେଶ ବିଧୁଡ଼ି, ବିଜୟ ଗୋଏଲ, ପ୍ରବେଶ ବର୍ମା, ମିନାକ୍ଷୀ ଲେଖୀ ପ୍ରମୁଖ ସ୍ଥାନ ପାଇଛନ୍ତି।  

ଅଧିକ ପଢନ୍ତୁ: କଂଗ୍ରେସ ପାଇଁ ସିଦ୍ଧୁ ଷ୍ଟାର ପ୍ରଚାରକ

ଏହା ବ୍ୟତୀତ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ନିତିନ ଗଡ଼କରୀ, ହର୍ଷ ବର୍ଦ୍ଧନ, ଥଓ୍ୱରଚାନ୍ଦ ଗେହଲୋଟ, ପ୍ରକାଶ ଜାଭଡ଼େକର, ସ୍ମୃତି ଇରାନୀ ପ୍ରମୁଖ ପ୍ରଚାର ମୈଦାନକୁ ମଧ୍ୟ ଓହ୍ଲାଇବେ। ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାରର ମଙ୍ଗ ଧରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଜୟରାମ ଠାକୁର, ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କ ନାମ ଏହି ତାଲିକାରେ ରହିଛି। ହେମା ମାଳିନୀ ଏବଂ ଶିବରାଜ ସିଂ ଚୌହାନ, ରମେଶ ପୋଖରିୟାଲ ପ୍ରମୁଖଙ୍କୁ ମଧ୍ୟ ପ୍ରଚାର ଦାୟିତ୍ୱ ଦିଆଯାଇଛି।  

ଅଧିକ ପଢନ୍ତୁ: ୫ ବର୍ଷରେ କେତେ ଧନୀ ହୋଇଛନ୍ତି କେଜ୍ରିୱାଲ?