ମହଙ୍ଗା ପଡ଼ିଲା 'ଗଡସେ' ବୟାନ, ସଂସଦୀୟ କମିଟିରୁ ବିଦା ହେଲେ ସାଧ୍ୱୀ ପ୍ରଜ୍ଞା
Advertisement
Article Detail0/zeeodisha/odisha602725

ମହଙ୍ଗା ପଡ଼ିଲା 'ଗଡସେ' ବୟାନ, ସଂସଦୀୟ କମିଟିରୁ ବିଦା ହେଲେ ସାଧ୍ୱୀ ପ୍ରଜ୍ଞା

ସାଧ୍ୱୀପ୍ରଜ୍ଞା ନିଜ ବୟାନ ନେଇ ସଫେଇ ଦେଇଛନ୍ତି l ସେ ନାଥୁରାମ ନୁହେଁ ବରଂ ଉଦ୍ଦମ ସିଂହଙ୍କ ଉଦ୍ଦେଶ୍ୟରେ ବୟାନ ରଖିଥିଲେ ବୋଲି କହିଛନ୍ତି l ବିବାଦୀୟ ବୟାନ ପାଇଁ ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରେ ସାମିଲ ହୋଇଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ କମିଟିରୁ ହଟାଇ ଦିଆଯାଇଛି l 

ମହଙ୍ଗା ପଡ଼ିଲା 'ଗଡସେ' ବୟାନ, ସଂସଦୀୟ କମିଟିରୁ ବିଦା ହେଲେ ସାଧ୍ୱୀ ପ୍ରଜ୍ଞା

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନକୁ ନେଇ ତେଜୁଛି ବିବାଦ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ କରି ସାଧ୍ୱୀ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି । ଯିଏ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିପାରୁଛନ୍ତି ତାଙ୍କୁ ଆତଙ୍କବାଦୀ କୁହାଯିବା ଯଥାର୍ଥ ବୋଲି ରାହୁଲ ଯୁକ୍ତି ରଖିଛନ୍ତି । ଏହାକୁ ଭାରତୀୟ ସଂସଦୀୟ ଇତିହାସର କଳାଦିନ ବୋଲି ରାହୁଲ କହିଛନ୍ତି । ପୂର୍ବରୁ ବିବାଦୀୟ ବୟାନ ପାଇଁ ସାଧ୍ୱୀପ୍ରଜ୍ଞାଙ୍କୁ ଆରଏସଏସ ଓ ବିଜେପିର ଆତ୍ମା ବୋଲି କହିଥିଲେ ସେ । 

ସେପଟେ ସାଧ୍ୱୀପ୍ରଜ୍ଞା ନିଜ ବୟାନ ନେଇ ସଫେଇ ଦେଇଛନ୍ତି । ସେ ନାଥୁରାମ ନୁହେଁ ବରଂ ଉଦ୍ଦମ ସିଂହଙ୍କ ଉଦ୍ଦେଶ୍ୟରେ ବୟାନ ରଖିଥିଲେ ବୋଲି କହିଛନ୍ତି । ବିବାଦୀୟ ବୟାନ ପାଇଁ ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରେ ସାମିଲ ହୋଇଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ କମିଟିରୁ ହଟାଇ ଦିଆଯାଇଛି । ଏହା ସହିତ ଜାରି ରହିଥିବା ସଂସଦ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରୁ ମଧ୍ୟ ସାଧ୍ୱୀଙ୍କୁ ବିଦା ହେବାକୁ ପଡ଼ିଛି । 

ସୂଚନା ଅନୁସାରେ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ଦଳ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ବିରୋଧୀଙ୍କ ଦାବି ପରେ ତାଙ୍କୁ ଦଳରୁ ନିଲମ୍ବନ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

ସ୍ୱାଧୀଙ୍କ ବୟାନକୁ ନେଇ ଗୁରିବାର ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦଙ୍କ ପକ୍ଷରୁ ହୋହଲ୍ଲା ହୋଇଥିଲା  ଘଟଣାକୁ ନେଇ ଆଲୋଚନା କରିବାକୁ କଂଗ୍ରେସ ସାଂସଦମାନେ ଦାବି କରିଥିଲେ  । ସେପଟେ ସାଧ୍ୱୀଙ୍କ ବିବାଦୀୟ ବୟାନକୁ ସଂସଦ ରେକର୍ଡରୁ ହଟାଇ ଦିଆଯାଇଥିବା ବାଚସ୍ପତି କହିଥିଲେ । ଏହାପରେ ୱାକ୍ ଆଉଟ୍ କରିଥିଲେ କଂଗ୍ରେସ ସାଂସଦ ।

ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନକୁ ବିରୋଧୀଙ୍କ ସହିତ ନିଜ ଦଳ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ପୂର୍ବରୁ ଏକାଧିକ ବାର ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଥିବା ପ୍ରଜ୍ଞା ସିଂହଙ୍କ ବିରୋଧରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ସହିତ ତାଙ୍କୁ ଦଳରୁ ମଧ୍ୟ ନିଲମ୍ବନ କରାଯିବା ସମ୍ଭାବନା ରହିଛି । ଗତ ନଭେମ୍ବର ୨୧ ତାରିଖରେ ପ୍ରଜ୍ଞା ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରେ ସାମିଲ କରାଯିବା ପରେ ବିରୋଧୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।