ରୁକ୍ମଣୀ ଯାଦବ, ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ନିଜ ପ୍ରତି ଧ୍ୟାନ ଦେବା ସମ୍ଭବ ହୁଏନାହିଁ । ଏଥିପାଇଁ ଭୋଜନରେ ଅନିୟମିତତା ଦେଖା ଦେଇଥାଏ ଯାହା ଫଳରେ ସମସ୍ତେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାଆନ୍ତି । ତେବେ ଏହି ଘରୋଇ ଉପଚାରରେ ଆପଣ ନିଜକୁ ସୁସ୍ଥ ଏବଂ ଫିଟ ରଖିପାରିବେ ।
ରୋଷେଇରେ ମସଲା ଭାବେ ବ୍ୟବହୃତ ହେଉଥିବା ଗୋଲମରିଚରେ ବହୁ ଔଷଧୀୟ ଗୁଣ ରହିଛି । ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଅଧିକ ଉପକାର ପାଇପାରିବେ । ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଖାଲି ପେଟରେ ଗୋଲମରିଚ ଖାଇବା ଦ୍ୱାରା ଶରୀରର ଚର୍ବି କମ୍ ହୋଇଥାଏ ଯାହା ଫଳରେ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ଏହା ସହ ଯଦି ଆପଣଙ୍କୁ ଥଣ୍ଡା ହୋଇଥାଏ ତେବେ ଆପଣ ଗରମ କ୍ଷୀର ସହିତ ଗୋଲମରିଚ ଖାଇଲେ ଉପଶମ ମିଳେ । ନିୟମିତ ଭାବରେ ପାଣିରେ ଗୋଲମରିଚ ମିଶାଇ ପିଇଲେ ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।