close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆତ୍ମନିଯୁକ୍ତି ଲାଗି ଦିବ୍ୟାଙ୍ଗ ଛାତ୍ରାଛାତ୍ରୀଙ୍କୁ ଦିଆଯାଉଛି ଧନ୍ଦାମୂଳକ ପ୍ରଶିକ୍ଷଣ

 ଏହି ତାଲିମ ମାଧ୍ୟମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହେବା ସହ ଭବିଷ୍ୟତରେ ସେମାନେ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ।  

ଆତ୍ମନିଯୁକ୍ତି ଲାଗି ଦିବ୍ୟାଙ୍ଗ ଛାତ୍ରାଛାତ୍ରୀଙ୍କୁ ଦିଆଯାଉଛି ଧନ୍ଦାମୂଳକ ପ୍ରଶିକ୍ଷଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗପାଳ ହାଇସ୍କୁଲ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଶିକ୍ଷା ବିଭାଗ ଏଭଳି ଭିନ୍ନ ପ୍ରୟାସ କରିଛନ୍ତି । 

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ପାଠପଢା ବ୍ୟତିତ କିଭଳି ଧୂପକାଠି, ତାଳପତ୍ରରେ ଫୁଲ, କାଗଜ ଠୁଙ୍ଗା ତିଆରି କରିପାରିବେ ସେ ନେଇ ତାଲିମ ଦିଆଯାଉଛି । ଏଥିରେ ୮୦ ଜଣ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି । ଏହି ତାଲିମ ମାଧ୍ୟମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହେବା ସହ ଭବିଷ୍ୟତରେ ସେମାନେ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ।  

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରିପ୍ରକାଶ କରି କିଭଳି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ଅଣାଯାଇ ପାରିବ ଏହି ତାଲିମର ମୁଖ୍ୟ ଉଦ୍ଧେଶ୍ୟ ବୋଲି ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ କହିଛନ୍ତି ।