Advertisement
Article Detail0/zeeodisha/odisha664949
Zee OdishaOther Newsରାଜଧାନୀର ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା କଲା ବିଏମସି

ରାଜଧାନୀର ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା କଲା ବିଏମସି

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସତ୍ୟନଗର ଅଞ୍ଚଳରୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛି ବିଏମସି । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । 

ବିଏମସି ପକ୍ଷରୁ ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଭାବେ ଘୋଷଣା କରାଯାଇଥିବେ ବେଳେ ଚାରିଆଡ଼େ ସିଲ କରାଯାଇଛି । ସେଥିପାଇଁ ସତ୍ୟନଗର ଛକରୁ କାଳିମନ୍ଦିର ଛକ,  ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର ଏବଂ ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ ପର୍ଯ୍ୟନ୍ତ ସିଲ ହୋଇଛି । ସମ୍ପୃକ୍ତ ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାକୁ ଛଡ଼ାଯାଉନାହିଁ । ତେବେ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ଯୋଗାଇଦେବ ବୋଲି ଜଣାପଡ଼ିଛି । 

About the Author