Advertisement
Article Detail0/zeeodisha/odisha670360
Zee OdishaOther Newsବଲାଙ୍ଗୀର ଉତ୍ତପ୍ତ ସହର

ବଲାଙ୍ଗୀର ଉତ୍ତପ୍ତ ସହର

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଏହା ମଧ୍ୟରେ ବଲାଙ୍ଗୀରରେ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବଲାଙ୍ଗୀରରେ ୪୧। ୫ ଡିଗ୍ରୀ ଅନୁଭୂତ ହୋଇଛି।   ସେହିଭଳି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୨ ଦିନ ଯା

ବଲାଙ୍ଗୀର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଏହା ମଧ୍ୟରେ ବଲାଙ୍ଗୀରରେ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବଲାଙ୍ଗୀରରେ ୪୧। ୫ ଡିଗ୍ରୀ ଅନୁଭୂତ ହୋଇଛି।  

ସେହିଭଳି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୨ ଦିନ ଯାଏ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ରେ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ୪୦। ୦ ଡ଼ିଗ୍ରୀ ଓ ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱର ୩୭। ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱର ୩୪। ୦, ଚାନ୍ଦବାଲି ୩୪। ୩, କଟକ ୩୬। ୫, ପାରାଦୀପ ୩୧। ୬ , ପୁରୀ  ୩୨। ୬, ଅନୁଗୋଳ ୩୯। ୧, ବାରିପଦା ୩୬। ୫, ଝାରସୁଗୁଡା ୩୯। ୮, କେନ୍ଦୁଝର ୩୮। ୦, ସମ୍ବଲପୁର ୩୯। ୪, ହୀରାକୁଦ ୩୯। ୧, ତାଳଚେର ୪୦। ୧, ଭବାନୀପାଟଣା ୩୯। ୮, ଟିଟଲାଗଡ ୪୦। ୫, କୋରାପୁଟ ୩୫। ୦, ମାଲକାନଗିରି ୪୦। ୨, ସୋନପୁର ୩୯। ୮, ବୌଦ୍ଧ ୪୦। ୮ ରେକର୍ଡ କରାଯାଇଛି।  

Add Zee News as a Preferred Source
About the Author