close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଉ ୧୦ ବର୍ଷ ହାରିବେ ରାହୁଲ, ବଲିଉଡ ଅଭିନେତା କହିଲେ ଏମିତି...

ରାହୁଲ ଗାନ୍ଧୀ କାଶ୍ମୀରକୁ ନେଇ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଏଆଇଏମଆଇଏମ ମୁଖ୍ୟ ଓୱେସୀଙ୍କ ଭଳି । ତେଣୁ ତାଙ୍କୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଜିତିବା କାଠିକର ପାଠ ବୋଲି କହିଛନ୍ତି ବଲିଉଡ ଅଭିନେତା କମାଲ ଆର ଖାନ ।

 ଆଉ ୧୦ ବର୍ଷ ହାରିବେ ରାହୁଲ, ବଲିଉଡ ଅଭିନେତା କହିଲେ ଏମିତି...
ଫାଇଲ ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ବଲିଉଡ ଅଭିନେତା କମାଲ ଆର୍ ଖାନ । ବିଭିନ୍ନ ସମୟରେ ଦେଶର ରାଜନୀତି ଏବଂ ବଲିଉଡ ଉପରେ ନିଜର ମତବ୍ୟକ୍ତ କରିଥାନ୍ତି ସେ । ଏବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଟ୍ୱିଟ କରିଛନ୍ତି । ରାହୁଲ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଜିତି ନ ପାରନ୍ତି ବୋଲି କହିଛନ୍ତି କମାଲ । ତାଙ୍କର ଏହି ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । 

ତେବେ କମାଲ ଏହାର କାରଣ ମଧ୍ୟ କହିଛନ୍ତି । ତାଙ୍କ କହିବା କଥା ହେଲା, ରାହୁଲ ଗାନ୍ଧୀ କାଶ୍ମୀରକୁ ନେଇ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଏଆଇଏମଆଇଏମ ମୁଖ୍ୟ ଓୱେସୀଙ୍କ ଭଳି । ତେଣୁ ତାଙ୍କୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଜିତିବା କାଠିକର ପାଠ । ଯଦି ପାକିସ୍ତାନକୁ ସମର୍ଥନ ଦେବା ରାହୁଲ ବନ୍ଦ ନ କରନ୍ତି, ତେବେ ଲୋକେ ତାଙ୍କୁ ଭୋଟ ଦେବେ ନାହିଁ । ଅର୍ଥାତ ରାହୁଲ ଗାନ୍ଧୀ ପାକିସ୍ତାନକୁ ସମର୍ଥନ କରୁଥିବା ନିଜ ଟ୍ୱିଟରେ କହିବାକୁ ଚାହିଁଛନ୍ତି କମାଲ ଆର ଖାନ । 

କହିରଖୁଛୁ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ଅଭିନେତା ତଥା ପ୍ରୟୋଜକ କମାଲ ଆର ଖାନ ଟ୍ୱିଟ କରି ବିଜେପି ଓ ଶିବସେନାକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ । ନିଜ ଟ୍ୱିଟରେ ସେ ଲେଖିଛନ୍ତି, ମୁଁ ବିଜେପି ଓ ଶିବସେନା ମେଣ୍ଟକୁ ଭୋଟ ଦେବା ପାଇଁ ମୁମ୍ୱାଇ ଏବଂ ମହାରାଷ୍ଟ୍ର ଜନତାଙ୍କୁ ଅନୁରୋଧ କରୁଛି । ଯାହାଫଳରେ ଦେବେନ୍ଦ୍ର ଫଡନାଭିସ ଏବଂ ଉଦ୍ଧବ ଠାକରେଙ୍କ ପରି ଇମାନଦାର ନେତା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଶାସନ କରିବାର ସୁଯୋଗ ପାଇବେ । ଆଗକୁ ମଧ୍ୟ ତାଙ୍କ ସରକାର ଗଢାହେବ ।