ସେଓ ଉପରେ ଛୁରୀ ପଡିଲା ନା ଛୁରୀ ଉପରେ ସେଓ ?
trendingNow,recommendedStories0/zeeodisha/odisha612843

ସେଓ ଉପରେ ଛୁରୀ ପଡିଲା ନା ଛୁରୀ ଉପରେ ସେଓ ?

ବଲିଉଡ ଅଭିନେତାଙ୍କ କଟାକ୍ଷ: ପୋଲିସ ସେମିତି ଛିଡା ହୋଇଥିଲା, ଅଟୋ ଆସି ପୋଲିସ ଲାଠିରେ ମାଡ ହେଲା !

ସେଓ ଉପରେ ଛୁରୀ ପଡିଲା ନା ଛୁରୀ ଉପରେ ସେଓ ?

ନୂଆଦିଲ୍ଲୀ: ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳୁଛି । ଅନ୍ୟପଟେ ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଯାଇ ପୋଲିସ ମଧ୍ୟ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି । ଠିକ ଯେପରି ଦିଲ୍ଲୀରେ ଗତ ରବିବାର ଏବଂ ମଙ୍ଗଳବାର ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଆଜି ବଲିଉଡ ଅଭିନେତା କେଆରକେ ଏକ ଫଟୋ ସେୟାର କରିଛନ୍ତି । ପୋଲିସ କିପରି ବିକ୍ଷୋଭକାରୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିଲା, ତାହା ଦେଖେଇବାକୁ ଯାଇ ସେ କଟାକ୍ଷ  କରିଛନ୍ତି ।  

କେଆରକେ ପୋଷ୍ଟ କରିଥିବା ଫଟୋରେ ଦେଖିବାକୁ ମିଳିଛି, ଆନ୍ଦୋଳନ ବେଳେ ଏକ ଅଟୋ ରିକ୍ସା ଆସୁଛି । ପୋଲିସ କିଛି ନବୁଝି ବିଚାରି ଅଟୋର କାଚ ଉପରେ ଲାଠି ମାଡ଼ କରୁଛି । ଫଟୋ ଟି ଗତ ମଙ୍ଗଳବାର ଦିଲ୍ଲୀ ସିଲମପୁର ବିକ୍ଷୋଭ ବେଳର । ଯାହାକୁ ନେଇ ପୋଲିସ ଉପରେ କଟାକ୍ଷ କରିଛନ୍ତି ବଲିଉଡ ଅଭିନେତା କମାଲ ଆର ଖାନ । 

ଲେଖିଛନ୍ତି, ''ପୋଲିସ ଲାଠି ଧରି ଶାନ୍ତ ସ୍ୱଭାବରେ ଛିଡା ହୋଇଥିଲା । ଅଟୋ ରିକ୍ସା ଆସିଲା, ଆଉ ପୋଲିସର ଲାଠିରେ ମାଡ କଲା । ଏହା ସତରେ ଏକ ହିଂସା ।'' 

 

ଆହୁରି ପଢନ୍ତୁ; ଫସି ରହିଥିଲା ପୋଲିସ, ପଥର ମାଡ କରୁଥିଲେ ବିକ୍ଷୋଭକାରୀ: ଏମିତି ପୋଲିସ କର୍ମଚାରୀଙ୍କୁ ବଞ୍ଚାଇଥିଲେ ଯୁବକ

Trending news