close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପି-ଶିବସେନାକୁ ଭୋଟ ଦିଅ, ଟ୍ୱିଟରରେ ଅପିଲ କଲେ ଏହି ବଲିଉଡ ଅଭିନେତା

ବିଜେପି-ଶିବସେନାକୁ ଭୋଟ ଦେବାକୁ ଅପିଲ କଲେ ବଲିଉଡ ଅଭିନେତା କମାଲ ଆର. ଖାନ ।

ବିଜେପି-ଶିବସେନାକୁ ଭୋଟ ଦିଅ, ଟ୍ୱିଟରରେ ଅପିଲ କଲେ ଏହି ବଲିଉଡ ଅଭିନେତା
maharashta assembly election

ନୂଆଦିଲ୍ଲୀ: ରାତି ପାହିଲେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ । ଶନିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ଅକ୍ଟୋବର ୨୧ ଅର୍ଥାତ ସୋମବାର ପଡିବ ଭୋଟ । ଆଉ ଠିକ ଏହାର ଦିନକ ପୂର୍ବରୁ ବିଜେପି-ଶିବସେନା ମେଣ୍ଟକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଜଣେ ବଲିଉଡ ଅଭିନେତା । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଭୂୟସୀ ପ୍ରଂଶସା କରିଛନ୍ତି । ଜାଣିଛନ୍ତି କିଏ ଏହି ବଲିଉଡ ଅଭିନେତା ?

ଏହି ବଲିଉଡ ଅଭିନେତା ଜଣଙ୍କ ହେଉଛନ୍ତି କମାଲ ଆର ଖାନ । ଅଭିନେତା ତଥା ପ୍ରୟୋଜକ କମାଲ ଆର ଖାନ ଟ୍ୱିଟ କରି ବିଜେପି ଓ ଶିବସେନାକୁ ଭୋଟ ଦେବା ପାଇଁ ମହାରାଷ୍ଟ୍ର ଜନତାଙ୍କୁ ଅପିଲ କରିଛନ୍ତି । ନିଜ ଟ୍ୱିଟରେ ସେ ଲେଖିଛନ୍ତି, ମୁଁ ବିଜେପି ଓ ଶିବସେନା ମେଣ୍ଟକୁ ଭୋଟ ଦେବା ପାଇଁ ମୁମ୍ୱାଇ ଏବଂ ମହାରାଷ୍ଟ୍ର ଜନତାଙ୍କୁ ଅନୁରୋଧ କରୁଛି । ଯାହାଫଳରେ ଦେବେନ୍ଦ୍ର ଫଡନାଭିସ ଏବଂ ଉଦ୍ଧବ ଠାକରେଙ୍କ ପରି ଇମାନଦାର ନେତା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଶାସନ କରିବାର ସୁଯୋଗ ପାଇବେ । ଆଗକୁ ମଧ୍ୟ ତାଙ୍କ ସରକାର ଗଢାହେବ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଭିନ୍ନ ସମୟରେ ବିଜେପିକୁ କଡା ସମାଲୋଚନା କରିଥାନ୍ତି ଅଭିନେତା କମାଲ ଆର ଖାନ । ବିଭିନ୍ନ ପ୍ରସଙ୍ଗରେ ଟ୍ୱିଟରରେ ନିଜ ମତ ରଖିଥାନ୍ତି । ହେଲେ ଏଥର ବିଜେପି ଓ ଶିବସେନାକୁ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି । ଯାହାକି ତାଙ୍କ ଫଲୋୟର୍ସଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ । ଏବେ ତାଙ୍କର ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଛି । 

କହିରଖୁଛି, ଆସନ୍ତାକାଲି ଅର୍ଥାତ ସୋମବାର ମହାରାଷ୍ଟ୍ର ଏବଂ ହରିୟାଣା ନିର୍ବାଚନ ହେବ । ହରିୟାଣାର ୯୦ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ମତଦାନ କରିବେ ଭୋଟର । ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ । ଉଭୟ ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଢିବ ନା ନୂଆ ସରକାର ହେବ, ତାହା ସ୍ପଷ୍ଟ ହେବ ।