ମହାରାଷ୍ଟ୍ରରେ କାହା ଭରସାରେ କିଏ ? କହିଲେ, ବଲିଉଡ ଅଭିନେତା
ସରକାର ଗଠନ କରିବାରେ ରାଜନୈତିକ ଦଳଗୁଡିକ ଅସମର୍ଥ ପ୍ରକାଶ କରିବା ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ ଏବେବି ଉଦ୍ଧବ ଠାକରେଙ୍କ କହିବା ମୁତାବକ, ଶିବସେନାଠୁ ସମର୍ଥନ ଆଶା ରଖିଛି ଭାରତୀୟ ଜନତା ପାର୍ଟି । ହେଲେ କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ କରି ସରକାର କରିବାକୁ ଯୋଜନା କରୁଛି ଶିବସେନା । ଆଉ ଏହାରି ଭିତରେ ପୁରା ମହାରାଷ୍ଟ୍ରର ରାଜନୈତିକ ସ୍ଥିତିକୁ ନେଇ ବଲିଉଡ ଆକ୍ଟର କମଲ ଆର ଖାନ ମଜାଦାର ଟ୍ୱିଟ କରିଛନ୍ତି ।
Trending Photos

ନୂଆଦିଲ୍ଲୀ: ସରକାର ଗଠନ କରିବାରେ ରାଜନୈତିକ ଦଳଗୁଡିକ ଅସମର୍ଥ ପ୍ରକାଶ କରିବା ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ ଏବେବି ଉଦ୍ଧବ ଠାକରେଙ୍କ କହିବା ମୁତାବକ, ଶିବସେନାଠୁ ସମର୍ଥନ ଆଶା ରଖିଛି ଭାରତୀୟ ଜନତା ପାର୍ଟି । ହେଲେ କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ କରି ସରକାର କରିବାକୁ ଯୋଜନା କରୁଛି ଶିବସେନା । ଆଉ ଏହାରି ଭିତରେ ପୁରା ମହାରାଷ୍ଟ୍ରର ରାଜନୈତିକ ସ୍ଥିତିକୁ ନେଇ ବଲିଉଡ ଆକ୍ଟର କମଲ ଆର ଖାନ ମଜାଦାର ଟ୍ୱିଟ କରିଛନ୍ତି ।
ବର୍ତ୍ତମାନ ମହାରାଷ୍ଟ୍ରରେ କେଉଁ ଦଳ କାହା ଭରସାରେ ରହିଛି ? ମହାରାଷ୍ଟ୍ର ଜନତା କାହା ଭରସାରେ ଅଛନ୍ତି ? ଏଭଳି କିଛି ପ୍ରଶ୍ନର ଉତ୍ତର ଅତି ମଜାଦାର ଢଙ୍ଗରେ କହିବାକୁ ଚାହିଁଛନ୍ତି କେଆରକେ । ତାଙ୍କ କହିବା କଥା ହେଲା, ବର୍ତ୍ତମାନ ଶିବସେନାକୁ ଭରସା କରି ବିଜେପି ଅଛି । ଏନସିପିକୁ ଭରସା କରିଛି ଶିବସେନା । କଂଗ୍ରେସ ଉପରେ ଭରସା ରଖିଛି ଏନସିପି । ସ୍ଥିତି ପୁରା ଗୋଳମାଳିଆ । ତେବେ ଏସବୁ ଭିତରେ ମହାରାଷ୍ଟ୍ର ଜନତାଙ୍କୁ ପ୍ରଭୁ ଶ୍ରୀରାମ ହିଁ ସାହା ବୋଲି ଟ୍ୱିଟ କରିଛନ୍ତି ଏହି ବଲିଉଡ ଅଭିନେତା ।
ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖୁଥିବା କେଆରକେଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ପ୍ରକାର comment ଦେଉଛନ୍ତି ଲୋକେ । ଅବଶ୍ୟ ବର୍ତ୍ତମାନ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଠିକ ଏଭଳି କିଛି ହିଁ ରହିଛି । କାହିଁକି ନା କୌଣସି ଦଳକୁ ମଧ୍ୟ ବହୁମତ ମିଳିନି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ସର୍ବାଧିକ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪ ଏବଂ କଂଗ୍ରେସକୁ ୪୪ ଆସନ ମିଳିଛି । ଯଦିଓ ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲା, କ୍ଷମତାକୁ ନେଇ ମେଣ୍ଟରେ ଫାଟ ଯୋଗୁଁ ସୃଷ୍ଟି ହୋଇଛି ଏପ୍ରକାର ଅବସ୍ଥା ।
More Stories