close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭୋଟରଙ୍କ ଭିତରେ ଉତ୍ସାହ ନାହିଁ, କାହିଁକି ଏମିତି କହିଲେ ବଲିଉଡ କଳାକାର...

ଚାଲିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଏତିକି ବେଳେ ବଲିଉଡ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ସରଗରମ ।

ଭୋଟରଙ୍କ ଭିତରେ ଉତ୍ସାହ ନାହିଁ, କାହିଁକି ଏମିତି କହିଲେ ବଲିଉଡ କଳାକାର...
maharashtra assembly election

ନୂଆଦିଲ୍ଲୀ: ଚାଲିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ । ମୁମ୍ୱାଇର ବଡ ବଡ ବଲିଉଡ ଷ୍ଟାର ମଧ୍ୟ ମତଦାନ କରି ନାଗରିକର ଅଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟ ଦେବା ପାଇଁ ସାଧାରଣ ଜନତାଙ୍କୁ ସୋସିଆଲ ମିଡିଆ  ମାଧ୍ୟମରେ ଉତ୍ସାହିତ ମଧ୍ୟ କରୁଛନ୍ତି । ତେବେ ଏତିକି ବେଳେ ବଲିଉଡ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ସରଗରମ । 

ନିଜ ଟ୍ୱିଟରେ ବିବେକ ରଞ୍ଜନ ଲେଖିଛନ୍ତି, ମହାରାଷ୍ଟ୍ରରେ ମତଦାତାଙ୍କ ଭିତରେ କୌଣସି ଉତ୍ସାହ ନାହିଁ । ନିର୍ବାଚନକୁ ନେଇ ଭୋଟର ଉତ୍ସାହିତ ଥିଲା ପରି ମନେ ହେଉନାହିଁ । ଏହାର କାରଣ ମଧ୍ୟ ନିଜ ଟ୍ୱିଟରେ କହିଛନ୍ତି ବିବେକ ରଞ୍ଜନ । ଭୋଟରଙ୍କ ମଧ୍ୟରେ କୌଣସି ଉତ୍ସାହ ନାହିଁ । କାରଣ ନିର୍ବାଚନର ଫଳାଫଳ କଣ ହେବ, ତାହା ମହାରାଷ୍ଟ୍ରରେ ସମସ୍ତେ ଜାଣିଛନ୍ତି । କୌଣସି ପ୍ରତିଯୋଗିତା ହେବାର ନାହିଁ । ଗୋଟିଏ ଦଳର ପଲା ହିଁ ଭାରି ରହିଛି ବୋଲି ସେ କହିଛନ୍ତି । 

ଆଜି ସକାଳୁ ପ୍ରଥମେ ନିଜ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ ବିବେକ ରଞ୍ଜନ । ପରେ ନିଜର ଫଟୋ ସହ ଏଭଳି କିଛି ଲେଖି ପୋଷ୍ଟ କରିଥିଲେ । ବିବେକଙ୍କ ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଯୁଜର୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । 

କହିରଖୁଛୁ, ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଚାଲିଛି । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ୨୩୫ ମହିଳା ସମେତ ସର୍ବମୋଟ ୩,୨୩୭ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଭୋଟ ଗ୍ରହଣ ପାଇଁ ୯୬ ହଜାର ୬୬୧ ମତଦାନ କେନ୍ଦ୍ର କରାଯାଇଛି । ସାଢେ ଛଅ ଲକ୍ଷ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି । ମହାରାଷ୍ଟ୍ରରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଜୋରସୋରରେ ଉଦ୍ୟମ କରିଛି ବିଜେପି । 

ଏଠାରେ ବିଜେପି ୧୬୪ ଆସନରେ ନିର୍ବାଚନ ଲଢୁଛି । ସେହିପରି ଶିବସେନା ୧୨୬ ଆସନରେ ନିର୍ବାଚନ ଲଢୁଛି । ଅନ୍ୟପଟେ କଂଗ୍ରେସ ୧୪୭ ଓ ତାର ସହଯୋଗୀ ଏନସିପି ୧୨୧ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଅନ୍ୟାନ୍ୟ ଦଳଗୁଡିକ ମଧ୍ୟରେ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ୧୦୧ ପ୍ରାର୍ଥୀ, ବାମଦଳର ୨୪ ପ୍ରାର୍ଥୀ ମୈଦାନରେ ଓହ୍ଲାଇଛନ୍ତି । ସେହିପରି ବହୁଜନ ସମାଜ ପାର୍ଟି(ବିଏସପି) ୨୬୨ ଆସନରେ ନିଜ ପ୍ରାର୍ଥୀ ଦେଇଛି । ଅନ୍ୟପଟେ ୧୪ଶହ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ମୈଦାନରେ ଅଛନ୍ତି । 

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ନାଁ ସାମିଲ ରହିଛି । ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବସେନା ଅଧ୍ୟକ୍ଷ ଆଦିତ୍ୟ ଠାକରେ ମୁମ୍ବାଇର ବର୍ଲିରୁ ନିର୍ବାଚନ ଲଢୁଛନ୍ତି ।