'ଚଳଚିତ୍ର ପୁରାଣ' ଉନ୍ମୋଚିତ
Advertisement

'ଚଳଚିତ୍ର ପୁରାଣ' ଉନ୍ମୋଚିତ

ସାସଂଦ ଏବଂ ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନାୟକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ବହି 'ଚଳଚିତ୍ର ପୁରାଣ' ଉନ୍ମୋଚିତ ହୋଇଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ସାସଂଦ ଏବଂ ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନାୟକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ବହି 'ଚଳଚିତ୍ର ପୁରାଣ' ଉନ୍ମୋଚିତ ହୋଇଛି । ଏହି ପୁସ୍ତକରେ ୧୯୩୬ ମସିହାରୁ ୨୦୧୪ ପର୍ଯ୍ୟନ୍ତର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ତଥ୍ୟ ରହିଛି । ଆହୁରି ମଧ୍ୟ ଓଡିଆ ଚଳଚିତ୍ରର ଗତି ପ୍ରଗତିକୁ ଲିପିବଦ୍ଧ କରାଯାଇଛି । ଏହା ସହ ଆଜି ଓଡିଆ ଚଳଚିତ୍ରର ଦିଗ ଏବଂ କାହିଁକି ଓଡିଆ ଚଳଚିତ୍ର ସଫଳ ହେଉ ନାହିଁ ତାହାକୁ ଏଥିରେ କହିବାକୁ ଚେଷ୍ଟା କରିଛନ୍ତି ପ୍ରଶାନ୍ତ ନନ୍ଦ । 

ପ୍ରଶାନ୍ତ ନନ୍ଦ ଏହି ପୁସ୍ତକର ପ୍ରଥମ କପିକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଦେଖା କରି ଅର୍ପଣ କରିଛନ୍ତି । ଏହା ସହ ଇଂରାଜୀରେ ଖାରବେଳ, ଦି ୱାରିଅରକୁ ନୋବେଲ ରୂପରେ ଲେଖାଯାଇଛି । ଯେଉଁଠି ଇତିହାସର ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଛି । ଇଂରାଜୀରେ "ଦି କ୍ୱେଷ୍ଟ" ନାମକ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରାଯାଇଛି । ଏହି ସମସ୍ତ ବହି ପ୍ରଶାନ୍ତ ନନ୍ଦ ଲେଖିଛନ୍ତି । ଓଡିଆ ଚଳଚିତ୍ର ସଂକଟ ଦେଇ ଗତି କରୁଛି କିନ୍ତୁ ପୁଣି ଉପରକୁ ଉଠିବ ବୋଲି ଆଶା ଥିବା କହିଛନ୍ତି ପ୍ରଶାନ୍ତ ନନ୍ଦ ।