Advertisement
Article Detail0/zeeodisha/odisha675934
Zee OdishaOther Newsମୋତେ ମୃତ ଘୋଷଣା କରିବା ପାଇଁ ପ୍ରସ୍ତୁତିରେ ଥିଲେ ଡାକ୍ତର

'ମୋତେ ମୃତ ଘୋଷଣା କରିବା ପାଇଁ ପ୍ରସ୍ତୁତିରେ ଥିଲେ ଡାକ୍ତର'

The Sunକୁ ଦେଇଥିବା ଏକ ସାକ୍ଷାତକାରରେ ବୋରସ୍ ଜନସନ୍ କୋରୋନା ଆକ୍ରାନ୍ତ ଥିବା ସମୟର ବିଭିନ୍ନ ଅଭିଜ୍ଞାତା ବଖାଣିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ତେବେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ବୋରିସ୍ ନିଜର ଲଢ଼େଇ ସମ୍ପର୍କରେ ଅଭିଜ୍ଞତା ବଖାଣିଛନ୍ତି । କେମିତି ଥିଲା ସେହି ମୁହୂର୍ତ୍ତ ? କୋରୋନାରେ ଆକ୍ରାନ୍ତ ଥିବା ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭିତରେ କ'ଣ ସବୁ ଭାବନା ଆସୁଥିଲା ? ଜୀବନ-ମୃତ୍ୟୁର ରେସରେ ବୋରିସ୍ ଜନସନ୍ କେମିତି ଦିନ କାଟିଥିଲେ ? ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । 

The Sunକୁ ଦେଇଥିବା ଏକ ସାକ୍ଷାତକାରରେ ବୋରସ୍ ଜନସନ୍ କୋରୋନା ଆକ୍ରାନ୍ତ ଥିବା ସମୟର ବିଭିନ୍ନ ଅଭିଜ୍ଞାତା ବଖାଣିଛନ୍ତି । ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତି ମଧ୍ୟ ନେଇଥିଲେ ବୋଲି କହିଛନ୍ତି ଜନସନ୍ । ଏହା ଏକ କଠିନ ସମୟ ଥିଲା ଏବଂ ମୁଁ ଏହାକୁ ଅସ୍ୱିକାର କରୁନଥିବା ସେ କହିଛନ୍ତି । ''ମୋତେ ମୃତ ଘୋଷଣା କରିବା ପାଇଁ ଡାକ୍ତର ପ୍ରସ୍ତୁତି ନେଇଥିଲେ । ମୁଁ ଜାଣିଥିଲି, କିଛି ଯୋଜନା ପ୍ରସ୍ତୁତ ହୋଇସାରିଛି । ପରିସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ହିଁ ଡାକ୍ତରମାନେ ସମସ୍ତ ପ୍ରକାର ପ୍ରସ୍ତୁତି ନେଇଥିଲେ'' ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । 

ଏଠାରେ ଆପଣଙ୍କୁ କହିରଖୁଛୁ, ୫୫ ବର୍ଷୀୟ ଜନସନ୍ ଗତ ମାର୍ଚ୍ଚ ୨୭ରେ କୋରୋନା ଆକ୍ରାନ୍ତ ବୋଲି ନିଜ ଆଡ଼ୁ ଘୋଷଣା କରିଥିଲେ । ଏହି ସମୟରେ ତାଙ୍କ ଦେହରେ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ସପ୍ତାହ ପାଇଁ ସେଲ୍ଫ ଆଇସୋଲେସନର ରହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଗତ ୫ ଏପ୍ରିଲରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏହାର ୨୪ ଘଣ୍ଟା ପରେ ଇଣ୍ଟେନସିବ କେୟାରରେ ରହିଥିଲେ ଜନସନ । ତେବେ ୧୨ ଏପ୍ରିଲରେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଥିଲେ ବୋରିସ୍ ଜନସନ୍ । 

Add Zee News as a Preferred Source
About the Author