'ମୋତେ ମୃତ ଘୋଷଣା କରିବା ପାଇଁ ପ୍ରସ୍ତୁତିରେ ଥିଲେ ଡାକ୍ତର'
Advertisement
Article Detail0/zeeodisha/odisha675934

'ମୋତେ ମୃତ ଘୋଷଣା କରିବା ପାଇଁ ପ୍ରସ୍ତୁତିରେ ଥିଲେ ଡାକ୍ତର'

The Sunକୁ ଦେଇଥିବା ଏକ ସାକ୍ଷାତକାରରେ ବୋରସ୍ ଜନସନ୍ କୋରୋନା ଆକ୍ରାନ୍ତ ଥିବା ସମୟର ବିଭିନ୍ନ ଅଭିଜ୍ଞାତା ବଖାଣିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ତେବେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ବୋରିସ୍ ନିଜର ଲଢ଼େଇ ସମ୍ପର୍କରେ ଅଭିଜ୍ଞତା ବଖାଣିଛନ୍ତି । କେମିତି ଥିଲା ସେହି ମୁହୂର୍ତ୍ତ ? କୋରୋନାରେ ଆକ୍ରାନ୍ତ ଥିବା ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭିତରେ କ'ଣ ସବୁ ଭାବନା ଆସୁଥିଲା ? ଜୀବନ-ମୃତ୍ୟୁର ରେସରେ ବୋରିସ୍ ଜନସନ୍ କେମିତି ଦିନ କାଟିଥିଲେ ? ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । 

The Sunକୁ ଦେଇଥିବା ଏକ ସାକ୍ଷାତକାରରେ ବୋରସ୍ ଜନସନ୍ କୋରୋନା ଆକ୍ରାନ୍ତ ଥିବା ସମୟର ବିଭିନ୍ନ ଅଭିଜ୍ଞାତା ବଖାଣିଛନ୍ତି । ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତି ମଧ୍ୟ ନେଇଥିଲେ ବୋଲି କହିଛନ୍ତି ଜନସନ୍ । ଏହା ଏକ କଠିନ ସମୟ ଥିଲା ଏବଂ ମୁଁ ଏହାକୁ ଅସ୍ୱିକାର କରୁନଥିବା ସେ କହିଛନ୍ତି । ''ମୋତେ ମୃତ ଘୋଷଣା କରିବା ପାଇଁ ଡାକ୍ତର ପ୍ରସ୍ତୁତି ନେଇଥିଲେ । ମୁଁ ଜାଣିଥିଲି, କିଛି ଯୋଜନା ପ୍ରସ୍ତୁତ ହୋଇସାରିଛି । ପରିସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ହିଁ ଡାକ୍ତରମାନେ ସମସ୍ତ ପ୍ରକାର ପ୍ରସ୍ତୁତି ନେଇଥିଲେ'' ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । 

ଏଠାରେ ଆପଣଙ୍କୁ କହିରଖୁଛୁ, ୫୫ ବର୍ଷୀୟ ଜନସନ୍ ଗତ ମାର୍ଚ୍ଚ ୨୭ରେ କୋରୋନା ଆକ୍ରାନ୍ତ ବୋଲି ନିଜ ଆଡ଼ୁ ଘୋଷଣା କରିଥିଲେ । ଏହି ସମୟରେ ତାଙ୍କ ଦେହରେ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ସପ୍ତାହ ପାଇଁ ସେଲ୍ଫ ଆଇସୋଲେସନର ରହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଗତ ୫ ଏପ୍ରିଲରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏହାର ୨୪ ଘଣ୍ଟା ପରେ ଇଣ୍ଟେନସିବ କେୟାରରେ ରହିଥିଲେ ଜନସନ । ତେବେ ୧୨ ଏପ୍ରିଲରେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଥିଲେ ବୋରିସ୍ ଜନସନ୍ । 

;