ରକ୍ତଦାନ କଲେ ବୌଦ୍ଧ ଜିଲ୍ଲାପାଳ
Advertisement

ରକ୍ତଦାନ କଲେ ବୌଦ୍ଧ ଜିଲ୍ଲାପାଳ

ରକ୍ତଦାନ କଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ରକ୍ତ ଦାନ ଏକ ମହତ କାମ । ଯୁବ ସମାଜ ଏଥିରେ ଆଗଭର ହେବା ଦରକାର । କାହିଁକିନା ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଖୋଦ ଜିଲ୍ଲାପାଳ ନିଜେ ରକ୍ତଦାନ କରିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ରକ୍ତଦାନ କଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ରକ୍ତ ଦାନ ଏକ ମହତ କାମ । ଯୁବ ସମାଜ ଏଥିରେ ଆଗଭର ହେବା ଦରକାର । କାହିଁକିନା ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଖୋଦ ଜିଲ୍ଲାପାଳ ନିଜେ ରକ୍ତଦାନ କରିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । 

ବୌଦ୍ଧ ସଦର ମହକୁମା ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ରକ୍ତଦାନ ଶିବିର । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ ନିଜେ ରକ୍ତ ଦେବା ସହିତ କଲେଜର ଛାତ୍ରାଛାତ୍ରୀଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ । 

fallback

ରକ୍ତଦାନ କରିବା ଦ୍ୱାରା ଶରୀର ଉପରେ କିପରି ଏହାର ବହୁ ସୁପ୍ରଭାବ ପଡେ, ସେକଥା କହିଥିଲେ ଜିଲ୍ଲାପାଳ । ରକ୍ତଦାନ କରି ରକ୍ତହୀନତା ରୋଗୀଙ୍କ ପାଇଁ ଦେବଦୂତ ସାଜିପାରିବା ବୋଲି ସେ ମତ ରଖିଥିଲେ । ତେବେ ଏହି ରକ୍ତଦାନ ଶିବିରରେ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବହୁ ସଂଖ୍ୟାରେ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ରକ୍ତଦାନ କରିଥିଲେ । 

ଆହୁରି ପଢନ୍ତୁ; ରାଜଧାନୀରେ 'ବେଣା ପସାରା'