ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅଣନିଶ୍ୱାସୀ ଲୋକେ
trendingNow,recommendedStories0/zeeodisha/odisha595041

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅଣନିଶ୍ୱାସୀ ଲୋକେ

ବୌଦ୍ଧ ଜିଲ୍ଲାର ଏକମାତ୍ର ଗଡଜାତ ସହରକୁ ପରିଷ୍କାର ପରିଚ୍ଛନତା ରଖିବା ସହିତ ସହରବାସୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ଓ ବୌଦ୍ଧ ଏନଏସି ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅଣନିଶ୍ୱାସୀ ଲୋକେ

ସୁଚିତ୍ରା ସେଣ୍ଡ୍​,ବୌଦ୍ଧ: ବୌଦ୍ଧ ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଫେଲ ମାରିଛି ସରକାରଙ୍କ ପରିମଳ ବ୍ୟବସ୍ଥା । ୧୭ଟି ୱାର୍ଡ଼କୁ ନେଇ ଗଠିତ ବୌଦ୍ଧ ସହରର ବିଭିନ୍ନ ୱାର୍ଡ଼ରେ ପଡି ରହିଛି କୁଢକୁଢ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ବିଭିନ୍ନ ସ୍ଥାନ । ଡ୍ରେନ ଗୁଡିକରେ ଅଳିଆ ଆବର୍ଜନା ଜମି ରହୁଥିବାରୁ ଦୂଷିତ ପାଣି ନିଷ୍କାସନ ହୋଇପାରୁନାହି । ଫଳରେ ଡେଙ୍ଗୁ, ମ୍ୟାଲେରିଆ ଭଳି ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବା ଆଶଙ୍କାରେ ଲୋକଙ୍କ ମନରେ ଛନକା ପଶିଛି ।

କେଉଁଠି ଡଷ୍ଟବିନ ଫୁଲ୍ ହୋଇ ତା ଉପରେ କୁଢକୁଢ଼ ଅଳିଆ ଗଦା ହେଉଛି ତ ଆଉ କେଉଁଠେ ସେମିତି ତଳେ ଗଦା ହୋଇ ପଡିରହିଛି ଅଳିଆ ଆବର୍ଜନା । ବୌଦ୍ଧ ସହରର ମହାନଦୀ କଡରେ ରହିଥିବା କଲୋନୀରେ ଦୀର୍ଘ ଦିନ ଧରି ନିୟମିତ ଭାବେ ଅଳିଆ ସଫା କରାଯାଉନଥିବାରୁ ଦର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ । ଫଳରେ ସହରବାସୀଙ୍କୁ ପ୍ରତି ମୂହୁର୍ତ୍ତରେ ନାକେଦମ ହେବାକୁ ପଡୁଛି ।

ବୌଦ୍ଧ ବିଜ୍ଞାପିତ ଅଞ୍ଚଳପରିଷଦ ଅଳିଆ ଆବର୍ଜନାକୁ ନିୟମିତ ସଫାସୁତୁରା କରିବା ଦାୟିତ୍ୱ ନେଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏସବୁ ଅଞ୍ଚଳରୁ ନିୟମିତ ଅଳିଆ ଆବର୍ଜନା ଉଠିପାରୁନି । ଅନ୍ୟପଟେ ଏସବୁ କାମରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ବୌଦ୍ଧ ଏନଏସି ପାତରଅନ୍ତର କରୁଥିବାରୁ କର୍ମଚାରୀ ଧାରଣାରେ ଦେଇଥିଲେ ।

ସେହିପରି ଡ୍ରେନରେ ଦୀର୍ଘଦିନ ଧରି ମଇଳାପାଣି ଜମା ହୋଇ ରହିଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ସହରରେ ପରିଷ୍କାର ପରିଚ୍ଛନତା ରଖିବା ପାଇଁ ସରକାର ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଲୋକଙ୍କୁ ସଚେତନତା କରିବା ନାଁରେ କାଗଜପତ୍ରରେ ଏସବୁ ସରକାରୀ ଅର୍ଥକୁ ଚଳୁ କରାଯାଉଛି । ହେଲେ ସହରର ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଧରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକ୍ରମକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ସରକାରଙ୍କ ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଓଡିଶାର ନାରା ଏଠାରେ ଫେଲ ମାରିଥିବା କହିଛନ୍ତି । ବୌଦ୍ଧ ସହରରେ ତୁରନ୍ତ ପରିମଳ ବ୍ୟବସ୍ଥାର ସୁଧାର ନଆଣିଲେ ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନରେ ଉଚିତ ଜବାବଦେବେ ବୋଲି  ସହରବାସୀ କହିଛନ୍ତି ।

 

Trending news