Advertisement
Article Detail0/zeeodisha/odisha698278
Zee OdishaOther Newsଚାଇନା ସାମଗ୍ରୀ ବର୍ଜନ କରନ୍ତୁ, ଆମ ଦେଶର ସୈନିକଙ୍କୁ ସୁରକ୍ଷିତ ରଖନ୍ତୁ

'ଚାଇନା ସାମଗ୍ରୀ ବର୍ଜନ କରନ୍ତୁ, ଆମ ଦେଶର ସୈନିକଙ୍କୁ ସୁରକ୍ଷିତ ରଖନ୍ତୁ'

ଏହି ପରିପେକ୍ଷୀରେ ସମ୍ଵଲପୁରର ପୁର୍ବତ୍ତନ ସୈନିକ ସଂଘ ପକ୍ଷରୁ ସହରରେ ଭିନ୍ନ ଭାବରେ ଏକ ପ୍ରୟାସ କରାଯାଇଛି । ସେମାନେ ସହରର ମୂଖ୍ୟ ପେଣ୍ଠସ୍ଥଳ ଗୋଲବଜାରରେ ରାଲି କରିବା ସହ ଦୋକାନକୁ ପହଞ୍ଚି ଚାଇନ ସାମଗ୍ରୀକୁ ବର୍ଜନ କରିବା ସହ ବିକ୍ରି ନ କରିବା ପାଇ ସଚେତନ କରିଥିଲେ ।

ଫାଇଲ ଫଟୋ
ଫାଇଲ ଫଟୋ

ଅଜୟ କୁମାର ନାଥ, ସମ୍ୱଲପୁର: ଦେଶରେ ବଢ଼ି ବଢ଼ି ଚାଲିଛି ଚୀନ ବିରୋଧରେ ଆକ୍ରୋଶ । ରାସ୍ତାକୁ ଓହ୍ଲାଇ ଚୀନୀ ସାମଗ୍ରୀର ବହିଷ୍କାର କରିବାର ଆହ୍ୱାନ ଦେଉଛନ୍ତି ଜନସାଧାରଣ । ଏହି କ୍ରମରେ ଚାଇନା ସାମଗ୍ରୀ ବର୍ଜନ କରନ୍ତୁ ଆମ ଦେଶର ସୈନିକଙ୍କୁ ସୁରକ୍ଷିତ ରଖନ୍ତୁ । ଏଭଳି ସ୍ଲୋଗାନ ଦେବା ସହ ଜିଲ୍ଲାବାସୀଙ୍କୁ ସଚେତନ କରୁଛନ୍ତି ସମ୍ବଲପୁରର ପୂର୍ବତନ ସୈନିକ ସଙ୍ଘର ସଦସ୍ୟମାନେ । ବିଗତ ଦିନରେ ସୀମାରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଯାହା ପରେ ସାରା ଦେଶରେ ଏବେ ଚାଇନିଜ ସାମଗ୍ରୀ ବର୍ଜନ ପାଇଁ ଆଗେଇ ଆସିଛନ୍ତି ଜନସାଧାରଣ ।

ଏହି ପରିପେକ୍ଷୀରେ ସମ୍ଵଲପୁରର ପୁର୍ବତ୍ତନ ସୈନିକ ସଂଘ ପକ୍ଷରୁ ସହରରେ ଭିନ୍ନ ଭାବରେ ଏକ ପ୍ରୟାସ କରାଯାଇଛି । ସେମାନେ ସହରର ମୂଖ୍ୟ ପେଣ୍ଠସ୍ଥଳ ଗୋଲବଜାରରେ ରାଲି କରିବା ସହ ଦୋକାନକୁ ପହଞ୍ଚି ଚାଇନ ସାମଗ୍ରୀକୁ ବର୍ଜନ କରିବା ସହ ବିକ୍ରି ନ କରିବା ପାଇ ସଚେତନ କରିଥିଲେ ।

Add Zee News as a Preferred Source
About the Author