Advertisement
Article Detail0/zeeodisha/odisha670836
Zee OdishaOther Newsଉଦ୍ଧବଙ୍କ ପାଇଁ ଅଡ଼ୁଆ ବଢାଉଛି ପାଲଘର ହତ୍ୟା ଘଟଣା

ଉଦ୍ଧବଙ୍କ ପାଇଁ ଅଡ଼ୁଆ ବଢାଉଛି ପାଲଘର ହତ୍ୟା ଘଟଣା

ଉଦ୍ଧବଙ୍କ ପାଇଁ କାଳ ସାଜିପାରେ ପାଲଘର ହତ୍ୟା ଘଟଣା...

ଉଦ୍ଧବଙ୍କ ପାଇଁ ଅଡ଼ୁଆ ବଢାଉଛି ପାଲଘର ହତ୍ୟା ଘଟଣା

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ପାଇଁ ଦିନକୁ ଦିନ ସଂକଟ ଘନେଇବାରେ ଲାଗିଛି। ସରକାରକୁ ଆସିବା ଦିନଠାରୁ ଏକାଧିକ ସମସ୍ୟା ଓ ସମାଲୋଚନାର ସାମ୍ନା କରୁଛି ତିନି ଚକିଆ ମେଣ୍ଟ ସରକାର। ନିକଟରେ ପାଲଘରଠାରେ ହୋଇଥିବା ହିନ୍ଦୁମାନଙ୍କୁ ହତ୍ୟା ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଯଦିଓ ଏନେଇ ମୁଖ୍ୟମନ୍ତ୍ରୀ ନିଜର ଉତ୍ତର ରଖିଛନ୍ତି, ତଥାପି ତାହା ଯଥେଷ୍ଟ ହୋଇ ନାହିଁ। 

 

ତେବେ ଏହି ହତ୍ୟାକାଣ୍ଡ ଘଟଣାକୁ ମବ ଲିଞ୍ଚିଂ ବା ଭିଡ଼ ହିଂସାର ମାନ ଦିଆଯାଇଛି। ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଉ ନଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଏହି ଘଟଣାକୁ ସଠିକ ଢଙ୍ଗରେ ମଧ୍ୟ ତଦନ୍ତ କରୁନଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ଘୋର ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚୁଡ଼ି ପଠାଇବା ଆରମ୍ଭ କରିଦେଇଛନ୍ତି। 

ବାଲା ନାମକ ଜଣେ ବ୍ୟକ୍ତି ଏନେଇ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି, ଆଜି ଯଦି ବାଲା ସାହେବ ବଞ୍ଚିଥାନ୍ତେ ତେବେ ହିନ୍ଦୁମାନଙ୍କୁ ଛୁଇଁବା ପାଇଁ କାହାର ମଧ୍ୟ ସାହାସ ହୋଇ ନଥାନ୍ତା। ନିଅ ଚୁଡ଼ି ପିନ୍ଧି ଦିଅ ବୋଲି ସେ ଲେଖିଥିଲେ। ସେହିପରି ଆଉ ଜଣେ ଅତି କଡ଼ା ଭାଷାରେ ଲେଖିଥିଲେ କି, ଦୁଇ ସାଧୁଙ୍କୁ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଥିବା ବେଳେ ପୋଲିସ କେବଳ ମୁକଦର୍ଶକ ପାଲଟିଥିଲା। ଅନ୍ୟ ପକ୍ଷରେ ସେମାନଙ୍କ ମୃତଦେହକୁ ଅଳିଆ ଉଠା ଗାଡ଼ିରେ ଉଠାଇ ନିଆଯାଇଥିଲା। ଯେଉଁ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ହେବା ପଛର ମୁଖ୍ୟ କାରଣ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଆସନରେ ସୋନିଆଙ୍କ ଆଗରେ ମୁଣ୍ଡ ନୁଆଁଉଥିବା ଉଦ୍ଧବ ଠାକରେ ବସିଛନ୍ତି ବୋଲି ସେ ଲେଖିଛନ୍ତି। 

About the Author