ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନେଲେ ମୋଦି

ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନେଲେ ମୋଦି

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ହେବେ ବ୍ରାଜିଲ ରାଷ୍ଟ୍ରପତି!

ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନେଲେ ମୋଦି

ଭୁବନେଶ୍ୱର: ବ୍ରାଜିଲରେ BRICS ଦେଶ ସମୂହକୁ ଭାରତରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ । ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ଋଷ ଓ ଚୀନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ ଆସନ୍ତାବର୍ଷ ଋଷକୁ ଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ୨୦୨୦ରେ ମସ୍କୋରେ ହେବାକୁ ଥିବା Victory Day ସମାରୋହରେ ସାମିଲ ହେବେ ମୋଦି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ମୋଦିଙ୍କୁ ଚୀନ ଯିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ୨୦୨୦ରେ ମୋଦି ଜିନପିଙ୍ଗଙ୍କ ମଧ୍ୟରେ ତୃତୀୟ ଅନୌପଚାରିକ ବୈଠକ ହେବା ସମ୍ଭାବନା ରହିଛି । ଏହା ସହିତ ଆସନ୍ତା ୨୬ ଜାନୁଆରୀରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । BRICS ଦେଶ ସମୂହ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଁ ୫ଟି କ୍ଷେତ୍ର ଚଯୟ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । 

Trending news