ବୋହୂ ହେବାକୁ ଯାଉଛନ୍ତି କି ? ଆପଣାନ୍ତୁ ଏହି ଡାଏଟ ପ୍ଲାନ
ସୁନ୍ଦର ଦେଖାଯିବା ଲାଗି କେବଳ ମେକ୍ଅପ୍ ଠିକ ହେଲେ ଚଳିବ ନାହିଁ ଚେହେରା ସହିତ ଫିଗର ପ୍ରତି ମଧ୍ୟ ଖାସ୍ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆପଣ ବାହାଘର ଦିନ ନିଜକୁ କିପରି ଫିଟ ଓ ସୁନ୍ଦର ଦେଖାଯିବେ ସେ ନେଇ ଆସନ୍ତୁ ଜାଣିବା ସେ ନେଇ କିଛି ଟିପ୍ସ
Trending Photos

ଭୁବନେଶ୍ୱର: ପ୍ରତ୍ୟେକ ଝିଅ ନିଜ ବାହାଘର ଦିନ ସବୁଠାରୁ ସୁନ୍ଦର ଦେଖାଯିବା ଲାଗି ଚାହିଁଥାନ୍ତି । ଶରୀର ଗଢଣୀ ସୁନ୍ଦର ହୋଇଥିଲେ ଯାହା ପିନ୍ଧିଲେ ମଧ୍ୟ ସୁନ୍ଦର ଦିଶିଥାଏ । ସୁନ୍ଦର ଦେଖାଯିବା ଲାଗି କେବଳ ମେକ୍ଅପ୍ ଠିକ ହେଲେ ଚଳିବ ନାହିଁ ଚେହେରା ସହିତ ଫିଗର ପ୍ରତି ମଧ୍ୟ ଖାସ୍ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆପଣ ବାହାଘର ଦିନ ନିଜକୁ କିପରି ଫିଟ ଓ ସୁନ୍ଦର ଦେଖାଯିବେ ସେ ନେଇ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
- ଯଦି ଆପଣ ଶୀଘ୍ର ନିଜ ଓଜନ ହ୍ରାସ କରିବାକୁ ଚାହୁଛନ୍ତି ତେବେ ଖାଇବାର 10ରୁ 15 ମିନିଟ୍ ପୂର୍ବରୁ ସାଲାଡ଼ ଖାଆନ୍ତୁ । ବିଟ୍, ଗାଜର, ବନ୍ଧାକୋବି, ମୂଳା ଆଦି ସାଲାଡ଼ରେ ସାମିଲ୍ କରିପାରିବେ ।
- କ୍ଷୀର ଚା’ ପିଇବା ବଦଳରେ ଗ୍ରୀନ୍ ଟି ପିଅନ୍ତୁ । ଏହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖିବା ସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଚେହେରାକୁ ଅଲଗା ପ୍ରକାର ଗ୍ଲୋ ଦେବ ।
- ନିଜ ଡାଏଟ ଚାର୍ଟରୁ ମିଠା ଜିନିଷକୁ ଦୁରେଇ ଦିଅନ୍ତୁ । ଚିନି ବଦଳରେ ସୁଗାର ଫ୍ରି, ଗୁଡ, ମହୁକୁ ବ୍ୟବହାର କରନ୍ତୁ ।
- ଓଜନ ନିୟନ୍ତ୍ରଣ ଓ ମୁହଁରେ ଚମକ ବଢାଇବା ଲାଗି ସତେଜ ଖାଦ୍ୟ ଖାଆନ୍ତୁ । ଏହା ଶରୀରରେ ସଠିକ କ୍ୟାଲୋରୀ ବଢାଏ ।
- ଖାଦ୍ୟରେ ଅଧିକ ଭିଟାମିନ -ସି ଜାତୀୟ ଖାଦ୍ୟ ସାମିଲ କରନ୍ତୁ । ଏହାକୁ ଖାଇଲେ ଆପଣଙ୍କ ଚେହେରାରେ ବ୍ରଣ ହେବ ନାହିଁ।
- ଖାଦ୍ୟକୁ ଅଲିଭ୍ ଅଏଲ୍ ସାହାଯ୍ୟରେ ରାନ୍ଧନ୍ତୁ । ଅଲିଭ୍ ଅଏଲ୍ରେ ଥିବା ପୋଷାକ ସ୍ୱାତ୍ସ୍ଥ୍ୟ ଓ ତ୍ୱଚା ଉଭୟ ପାଇଁ ଲାଭକାରୀ ।
- ୱାକ୍ କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖିବା ସହିତ ଆପଣଙ୍କୁ ସାରା ଦିନ ଆକ୍ଟିଭ୍ ରଖିଥାଏ । ତେଣୁ ବାହାଘର ପୂର୍ବରୁ କିଣାକିଣି ସହିତ ଡେଲି ୱାକ୍ କରିବାକୁ ଭୁଲନ୍ତୁ ନାହିଁ।
More Stories