Advertisement
Article Detail0/zeeodisha/odisha669063
Zee OdishaOther Newsକେମିତି ଆରମ୍ଭ ହୋଇଥିଲା କୋରୋନା, ଗୋଟି ଗୋଟି କରି ହିସାବ ଦେବ ଚୀନ !

କେମିତି ଆରମ୍ଭ ହୋଇଥିଲା କୋରୋନା, ଗୋଟି ଗୋଟି କରି ହିସାବ ଦେବ ଚୀନ !

କୋରୋନା କେମିତି ଆରମ୍ଭ ହେଲା ? ପ୍ରାଥମିକ ପର୍ଯ୍ୟାୟରେ ଏହାର ସ୍ଥିତି କିପରି ଥିଲା ? ଉହାନରେ କେମିତି ବ୍ୟାପିଥିଲା ଏହି ଭାଇରସ୍ ?

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଲଣ୍ଡନ: କୋରୋନା କେମିତି ଆରମ୍ଭ ହେଲା ? ପ୍ରାଥମିକ ପର୍ଯ୍ୟାୟରେ ଏହାର ସ୍ଥିତି କିପରି ଥିଲା ? ଉହାନରେ କେମିତି ବ୍ୟାପିଥିଲା ଏହି ଭାଇରସ୍ ? ଏନେଇ ଏବେବି ଅନେକ ତଥ୍ୟ ଅସ୍ପଷ୍ଟ ରହିଛି । ଚୀନ ସତ ସତ ସବୁ କହୁନଥିବା ବିଭିନ୍ନ ଦେଶ ଜାଣିସାରିଲେଣି । ଚୀନ ଯେ ସଭିଙ୍କୁ ଭୂଆଁ ବୁଲାଉଛି, ଏକଥା ଏବେ କାହାକୁ ଅଛପା ନୁହେଁ । ଆଉ ଏସବୁ ଭିତରେ ଚୀନକୁ ଖୁଲମଖୁଲା ଧମକ ଦେଲାଣି ଇଂଲଣ୍ଡ । 

ବ୍ରିଟେନ ବିଦେଶ ସଚିବ Dominic Raab କହିଛନ୍ତି, ''ଚୀନକୁ କୋରୋନା ଭାଇରସ୍ ସମ୍ପର୍କରେ କିଛି କଠିନ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ । ଚୀନକୁ ଏହା ସ୍ପଷ୍ଟ କରିବାକୁ ହେବ ଯେ, କୋରୋନାର ଆରମ୍ଭ କିପରି ହୋଇଥିଲା ।''

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି, ''ଆମକୁ ଏଅହି ସଙ୍କଟର ସମୀକ୍ଷା କରିବାକୁ ପଡ଼ିବ । କୋରୋନା ସମ୍ପର୍କରେ ଗଭୀର ସମୀକ୍ଷାର ଆବଶ୍ୟକତା ରହିଛି । ଏହା ଜାଣିବା ନିହାତି ଆବଶ୍ୟକ ଯେ, ଚୀନର ଉହାନ ସହରରେ କୋରୋନା କିପରି ହେଲା ? ସମଗ୍ର ବିଶ୍ୱ ଏହା ଜାଣିବା ଆବଶ୍ୟକ । ମହାମରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନରେ କ'ଣ ସବୁ ହୋଇଥିଲା, ତାହା ସମସ୍ତେ ଜାଣିବା ଦରକାର । ''

Add Zee News as a Preferred Source
About the Author