ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବ୍ରିଟିଶ ସରକାର
Advertisement
Article Detail0/zeeodisha/odisha669187

ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବ୍ରିଟିଶ ସରକାର

କୋରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଚୀନ ଉପରେ କ୍ଷୁବ୍ଧ। ଆମେରିକା ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ରାଷ୍ଟ୍ର ଏବେ ଚୀନ ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି। ଏପରିକି ଜାପାନ ଓ ଦକ୍ଷିଣ କୋରିଆ ଚୀନ ବିପକ୍ଷରେ ପଦକ୍ଷେପ ନେବା ବି ଆରମ୍ଭ କଲେଣି। ଜାପାନ ଓ ଦକ୍ଷିଣ କୋରିଆ ପରେ ଏବେ ବ୍ରିଟେନ ମଧ୍ୟ ଚୀନ ଉପରେ ରାଗ ସୁଝାଇବା ଆରମ୍ଭ କରିଛ

ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବ୍ରିଟିଶ ସରକାର

ନୂଆଦିଲ୍ଲୀ: କୋରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଚୀନ ଉପରେ କ୍ଷୁବ୍ଧ। ଆମେରିକା ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ରାଷ୍ଟ୍ର ଏବେ ଚୀନ ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି। ଏପରିକି ଜାପାନ ଓ ଦକ୍ଷିଣ କୋରିଆ ଚୀନ ବିପକ୍ଷରେ ପଦକ୍ଷେପ ନେବା ବି ଆରମ୍ଭ କଲେଣି। ଜାପାନ ଓ ଦକ୍ଷିଣ କୋରିଆ ପରେ ଏବେ ବ୍ରିଟେନ ମଧ୍ୟ ଚୀନ ଉପରେ ରାଗ ସୁଝାଇବା ଆରମ୍ଭ କରିଛି। 

ବ୍ରିଟେନ ସରକାର କହିଛନ୍ତି କି, ଚୀନ ଏହି ଭାଇରସ ସମଗ୍ର ବିଶ୍ୱରେ ବିସ୍ତାର କରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଚୀନ ଏଭଳି ବିନା କ୍ଷତିପୂରଣରେ ଖସି ଯାଇ ପାରିବ ନାହିଁ। ଚୀନକୁ ଉଚିତ ଜବାବ ଦେବେ ବିଶ୍ୱବାସୀ ବୋଲି ବ୍ରିଟେନ ସରକାର କହିଛନ୍ତି। 

ସରକାର ଆହୁରି ମଧ୍ୟ କହିଛନ୍ତି କି, କୋରୋନା ବ୍ୟାପିବା ଓ ବିସ୍ତାର କରିବାର କାରଣ ଚୀନକୁ କହିବାକୁ ହେବ। ତେବେ ଏହା ପୂର୍ବରୁ ଆମେରିକା ମଧ୍ୟ ଚୀନ ଉପରେ ବର୍ଷିଛି।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି କୋରୋନା ଭାଇରସ ଚୀନରୁ ହିଁ ଆରମ୍ଭ ହୋଇଛନ୍ତି। ଆମେରିକା ଦାବି କରିଛି ଯେ ଏହି ଭାଇରସ ଚୀନର ୱୁହାନ ସହରରେ ଥିବା ପି୪ ଲ୍ୟାବରେ ହିଁ ସୃଷ୍ଟି କରାଯାଇଥିଲା। 

ତେବେ ଆମେରିକାର ଏହି ଅଭିଯୋଗକୁ ବାରମ୍ବାର ଖାରଜ କରି ଆସୁଛି । ତେବେ ଆମେରିକା ସହ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ଆକ୍ରୋଶ ଜାହିର କରିଛନ୍ତି। ଚୀନ ଉପରେ ଅର୍ଥନୈତିକ ପ୍ରହର କରିଛନ୍ତି ଏହି ଦୁଇ ରାଷ୍ଟ୍ର। ସେମାନଙ୍କର ଶିଳ୍ପକୁ ଚୀନରୁ ଉଠାଇ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। 

;