କୋରୋନା ଆକ୍ରାନ୍ତ ୟୁକେ ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି
Advertisement
Article Detail0/zeeodisha/odisha664060

କୋରୋନା ଆକ୍ରାନ୍ତ ୟୁକେ ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ବର୍ତ୍ତମାନ ସୁଦ୍ଧା ୟୁକେରେ ୫ହଜାର ଲୋକଙ୍କ ମୃତ୍ୟୁ  ହୋଇ ସାରିଥିବାବେଳେ ୪୮ହଜାର ଲୋକ ରୋଗରେ ଆକ୍ରାନ୍ତ ଅଛନ୍ତି

British Prime minister: Boris Johnson
British Prime minister: Boris Johnson

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବରିସ୍ ଜନସନ ୧୦ ଦିନ ହେବ କୋରୋନା ପଜିଟିଭ ଟେଷ୍ଟ ହୋଇଛନ୍ତି । ଆଉ ଗତକାଲି ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟକାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜନସନଙ୍କୁ ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  
ଡାକ୍ତରଙ୍କ ପରାମର୍ଶ ପରେ ପ୍ରଧାନମନ୍ତ୍ରୀଙ୍କୁ ରବିବାର ଦିନ ଅଧିକ ପରୀକ୍ଷା ନିରିକ୍ଷା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୦ଦିନ ହେବ ତାଙ୍କ ପାଖରେ କୋରୋନାର ସମସ୍ତ ଲକ୍ଷଣ ପରିଲିକ୍ଷତ ହେଉଥିଲା । ସେ ଘରେ ରହି ପ୍ରଧାନମନ୍ତ୍ରୀର ସମସ୍ତ ଦାୟିତ୍ୱ ସମ୍ପର୍ଣ୍ଣ କରୁଥିଲେ । ତେବେ ବର୍ତ୍ତମାନ ଉପୁଜିଥିବା ସ୍ଥିତିରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ରହିବା ଅତି ଆବଶ୍ୟକ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏବେ ଲୋକଙ୍କ ମନରେ ଚିନ୍ତା ବଢିଛି । 

ଜନସନଙ୍କ ପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଦେଶର ମୁଖ୍ୟ ନେତା ଆକ୍ରାନ୍ତ ହେବା ପରେ ଦେଶର କାର୍ଯ୍ୟାଭାର ସମ୍ଭାଳିବା ନେଇ ଲୋକଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉତ୍ପନ ହୋଇଛି । 

ତେବେ ଯଦି ଆଗକୁ ସ୍ଥିତି ଅଧିକ ବିଗିଡିବ ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଭାର କିଏ ସମ୍ଭାଳିବ ସେ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇ ନ ଥିବାବେଳେ ଡାଉନ୍ସିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ଯେ ଯଦି ଆବଶ୍ୟକ ହୁଏ ତେବେ ବୈଦେଶିକ ସଚିବ ଡୋମିନିକ୍ ରାଏବ୍ ଡେପୁଟେସନରେ ରହିବେ ।

ବର୍ତ୍ତମାନ ସୁଦ୍ଧା ୟୁକେରେ ୫ହଜାର ଲୋକଙ୍କ ମୃତ୍ୟୁ  ହୋଇ ସାରିଥିବାବେଳେ ୪୮ହଜାର ଲୋକ ରୋଗରେ ଆକ୍ରାନ୍ତ ଅଛନ୍ତି । 

;