Advertisement
Article Detail0/zeeodisha/odisha662858
Zee OdishaOther Newsବ୍ରିଟିଶ ଅମଳର ଏହି ପୋଲକୁ ଭାଙ୍ଗିବେ ସରକାର

ବ୍ରିଟିଶ ଅମଳର ଏହି ପୋଲକୁ ଭାଙ୍ଗିବେ ସରକାର

ଭଙ୍ଗାଯିବ ୨ ଶହ ବର୍ଷର ପୋଲ

ବ୍ରିଟିଶ ଅମଳର ଏହି ପୋଲକୁ ଭାଙ୍ଗିବେ ସରକାର

ନୂଆଦିଲ୍ଲୀ: ୨୦୦ ବର୍ଷର ପୋଲକୁ ଭାଙ୍ଗିବାକୁ ଯାଉଛନ୍ତି ସରକାର। ମୁମ୍ବାଇ ରୁ ପୁନେକୁ ସଂଯୋଗ କରୁଥିବା ଏହି ବ୍ରିଟିଶ ଅମଳର ପୋଲକୁ ଭାଙ୍ଗିବାକୁ ଯୋଜନା କରୁଛନ୍ତି ସରକାର। ବର୍ତ୍ତମାନ ଲକଡାଉନ ସମୟ ରହିଥିବାରୁ ଆସନ୍ତା ଶନିବାର ଏହି ପୋଲକୁ ବୋମା ସାହାଯ୍ୟରେ ବ୍ଲାଷ୍ଟ କରାଇ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଏହି ପୋଲକୁ ଲୋନାଭଲା ନିକଟରେ ୧୮୩୦ ମସିହାରେ ବ୍ରିଟିଶମାନେ ଏହି ପୋଲକୁ ନିର୍ମାଣ କରାଯାଇଥିଲା। ଏହାର ନାମକୁ ତତ୍କାଳୀନ ବ୍ରିଟିଶମାନେ ଅମୃତାଞ୍ଜନ ପୋଲ ରଖାଯାଇଥିଲା। 

ସେପଟେ ଏହି ପୋଲକୁ ଭାଙ୍ଗିବାକୁ ରାୟଗଡ଼ ଜିଲ୍ଲାର ଜିଲ୍ଲାପାଳ ମହାରାଷ୍ଟ୍ର ରାଜ୍ୟ ରୋଡ଼ ଡେଭଲପମେଣ୍ଟ କର୍ପୋରେସନ(MSRDC)କୁ ଭାଙ୍ଗିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଚଳିତ ମାସ ୪  ତାରିଖରୁ ଆସନ୍ତା ୧୪ ତାରିଖ ମଧ୍ୟରେ ଭାଙ୍ଗିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ଼ ୧୯ ପାଇଁ ଲକଡାଉନ କାରଣରୁ ମୁମ୍ବାଇ ପୁଣେ ଏକ୍ସପ୍ରେସ ଓ୍ୱେରେ ଟ୍ରାଫିକ ଖୁବ କମ ରହିଛି। ଏହା ମଧ୍ୟରେ ସୁଯୋଗ ଦେଖି ପ୍ରଶାସନ ପୋଲକୁ ଭାଙ୍ଗିବା ପାଇଁ ସବୁଜ ସଂକେତ ଦେଇଛନ୍ତି। ତେବେ ଏହି ପୋଲର ବିକଳ୍ପ ଭାବେ ଏକ ଡାଇଭର୍ସନ ପ୍ରସ୍ତୁତ କରାଯିବ। 

ଅମୃତାଞ୍ଜନ ପୋଲର ଅବସ୍ଥା ଦିନକୁ ଦିନ ଦୁର୍ବଳ ହୋଇ ପଡ଼ିଛି। ବିଗତ କିଛି ବର୍ଷ ହେବ ଏହି ପୋଲ ଉପରେ ଯାତାୟତ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। MSRDC ଏହା ପୂର୍ବରୁ ଏହି ପୋଲର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ରେଳବାଇକୁ ଚିଠି ଲେଖିଥିଲା। ଏହି ଚିଠିରେ ଏହି ପୋଲକୁ ଭାଙ୍ଗିବାକୁ ମଧ୍ୟ ଅନୁମତି ମାଗିଥିଲେ। ଏହା ସହିତ ଜିଲ୍ଲାପାଳ ଓ ରାଜ୍ୟ ହାଇଓ୍ୱେ ପୋଲିସକୁ ମଧ୍ୟ ସୁରକ୍ଷା ପାଇଁ ଆବେଦନ କରିଥିଲେ। ତେବେ ଏହାକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପାଇଥିବା ଜଣାପଡ଼ିଛି। 

Add Zee News as a Preferred Source
About the Author