• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ବିଏସଏନଏଲର ୭୦୦୦୦ କର୍ମଚାରୀ ମାଗିଲେ ଭିଆରଏସ

ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)ର ୭୦୦୦୦ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ପାଇଁ ଆବେଦନ କରିଛନ୍ତି । ଏହା ଦ୍ୱାରା ୭୦୦୦ କୋଟି ଟଙ୍କା ବଞ୍ଚିବ ବୋଲି କହିଛନ୍ତି ବିଏସଏନଏଲର ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ପିକେ ପୁରବାର । 

ବିଏସଏନଏଲର ୭୦୦୦୦ କର୍ମଚାରୀ ମାଗିଲେ ଭିଆରଏସ

ନୂଆଦିଲ୍ଲୀ: ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)ର ୭୦୦୦୦ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ପାଇଁ ଆବେଦନ କରିଛନ୍ତି । ଏହା ଦ୍ୱାରା ୭୦୦୦ କୋଟି ଟଙ୍କା ବଞ୍ଚିବ ବୋଲି କହିଛନ୍ତି ବିଏସଏନଏଲର ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ପିକେ ପୁରବାର । 

ବିଏସନଏଲର ସର୍ବମୋଟ ୧.୫ ଲକ୍ଷ କର୍ମଚାରୀରୁ ପ୍ରାୟ ଏକ ଲକ୍ଷ କର୍ମଚାରୀ ଭିଆରଏସ ଯୋଜନା ପାଇଁ ଯୋଗ୍ୟ ଅଛନ୍ତି । ବିଏସଏନଏଲର ଅନୁମାନ ୭୭୦୦୦ କର୍ମଚାରୀ ଏହି ଯୋଜନାର ବିକଳ୍ପ ବାଛି ପାରିବେ । ୨୦୨୦ ଜାନୁଆରୀ ୩୧ ଯାଏ ଭିଆରଏସର ପ୍ରଭାବୀ ରହିବ । ଏହି ଯୋଜନାକୁ ନେଇ କର୍ମଚାରୀଙ୍କ ଭଲ ପ୍ରତିକ୍ରିୟା ମିଳୁଛି ।

ଭିଆରଏସ ଯୋଜନାକୁ ନଜରରେ ରଖି ଦୂରସଞ୍ଚାର ବିଭାଗ ବିଏସଏନଏଲର ବାଣିଜ୍ୟିକ ବିଶେଷକରି ଗ୍ରାମୀଣ କ୍ଷେତ୍ରରେ ଟେଲିକମ ଏକସେଞ୍ଜର ବ୍ୟବସ୍ଥା ଠିକ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଭିଆରଏସକୁ କମ୍ପାନୀର ଅଧା କର୍ମଚାରୀ ଆପଣାଇଛନ୍ତି । ଦୂର ସଞ୍ଚାର କମ୍ପାନୀ ଦ୍ୱାରା ଏହି ଯୋଜନା ବିଗତ ସପ୍ତାହରେ ଅଣାଯାଇଥିଲା । 

ଡିସେମ୍ୱର ୨ ଯାଏ ଏହା ଖୋଲା ରହିବ । ବିଏସଏନଏଲ ଆଶା ରଖିଛି ଯେ ୭୦୦୦୦ ରୁ ୮୦୦୦୦ କର୍ମଚାରୀ ଏହି ଯୋଜନାକୁ ଆପଣାଇବେ । ଏହା ଦ୍ୱାରା ୭୦୦୦ କୋଟି ଟଙ୍କା ବଞ୍ଚିବ । ମହାନଗର ଟେଲିଫୋନ ନିଗମ ଲିମିଟେଡ ମଧ୍ୟ ଭିଆରଏସ ଯୋଜନା ଆଣିଛି । କର୍ମଚାରୀଙ୍କ ପାଇଁ ଏହି ଯୋଜନା ଡିସେମ୍ୱର ୩ ଯାଏ ଖୋଲା ରହିବ । 

 

Tags: