ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(BSNL) ଲଞ୍ଚ କରିଛି ୨ଟି ନୂଆ ପ୍ରିପେଡ ପ୍ଲାନ । ଏହି ୨ଟି ହେଉଛି ୯୭ ଟଙ୍କା ଓ ୩୬୫ ଟଙ୍କାର ପ୍ରିପେଡ ପ୍ଲାନ । ଏହାସହ କମ୍ପାନୀ ୧,୧୧୧ ଟଙ୍କା ଓ ୩୯୯ ଟଙ୍କାର ପ୍ଲାନକୁ ଅପଡେଟ କରିଛି । ଏଥିରେ କମ୍ପାନୀ ୯୯୭ ଟଙ୍କାର ପ୍ଲାନ ମଧ୍ୟ ଲଞ୍ଚ କରିଛି ।
ଏହା ବ୍ୟତୀତ କମ୍ପାନୀ ନିକଟ ଅତୀତରେ ୧,୬୯୯ ଟଙ୍କାର ପ୍ରିପେଡ ପ୍ଲାନରେ ପରିବର୍ତ୍ତନ କରି ଭାଲିଡିଟି ୩୬୫ ଦିନ ପରିବର୍ତ୍ତେ ୪୨୫ ଦିନ କରି ଦେଇଥିଲା । BSNLର ତାମିଲନାଡୁର ୱେବସାଇଟ ଉପରେ ଜାରି ସର୍କୁଲାର ଅନୁସାରେ, ୩୬୫ ଦିନର ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା, ପ୍ରତିଦିନ ୧୦୦SMS, ଓ ଅନମିଲିଟେଡ ଲୋକାଲ, STD ଓ ରୋମିଂ ରୋଲ୍ସ(ମୁମ୍ୱାଇ ଓ ଦିଲ୍ଲୀ ସର୍କିଲ ସାମିଲ) ମିଳିବ । ଏହାସହ ଏହି ପ୍ରିପେଡ ପ୍ଲାନରେ ପର୍ସନାଲାଇଜଡ ରିଙ୍ଗ ଟନ(PRBT)ର ଏକ୍ସେସ ମଧ୍ୟ ସାମିଲ ରହିଛି ।
କେରଳ ୱେବସାଇଟ ଉପରେ ଲିଷ୍ଟିଂ ମୁତାବକ, ୩୬୫ ଟଙ୍କାର ପ୍ଲାନରେ ସମସ୍ତ ସୁବିଧା ୬୦ ଦିନର ଭାଲିଡିଟି ସହ ମିଳିବ । ଅନ୍ୟପକ୍ଷେ ଏହି ପ୍ଲାନର ଭାଲିଡିଟ ୩୬୫ ଦିନ ପାଇଁ ରହିଛି । ଏହାସହ ଆପଣଙ୍କୁ କହି ରଖୁଛୁ ଯେ ପ୍ରିପେଡ ପ୍ଲାନ ସମସ୍ତ ସର୍କଲ ପାଇଁ ଭାଲିଡ ରହିଥାଏ । ୩୬୫ ଟଙ୍କାର ପ୍ଲାନ ବ୍ୟତୀତ କମ୍ପାନୀ ୯୭ ଟଙ୍କାର ପ୍ଲାନ ମଧ୍ୟ ଲଞ୍ଚ କରିଛି । ଏଥିରେ ଗ୍ରାହକଙ୍କ ୨ ଜିବି ଡାଟା ଓ ୧୮ ଦିନ ଧରି ୧୦୦ SMS ମିଳିବ ।
BSNL ୩୯୯ ଟଙ୍କାର ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିଛି । ଏଥିରେ ଗ୍ରାହକଙ୍କୁ ଏବେ ୧ ଜିବି ଡାଟା ଓ ପ୍ରତିଦିନ ୧୦୦ SMS ୮୦ର ଭାଲିଡିଟ ସହ ମିଳବି । ଏହି ପ୍ଲାନର ଭାଲିଡିଟି ୭୪ ଦିନ ସହ ଉପଲବ୍ଧ ରହିଛି । କମ୍ପାନୀ ୧,୯୯୯ ଟଙ୍କାର ପ୍ଲାନରେ ମଧ୍ୟ ପରିବର୍ତ୍ତନ ଆଣିଛି । ଏବେ ପ୍ରତିଦିନ ୩ ଜିବି ଡାଟା ସହ ୩୬୫ ଦିନ ପାଇଁ ପ୍ରତ୍ୟେକ ଦିନ ୧୦୦ SMS ମିଳିବ । ଏହି ପ୍ଲାନରେ SonyLivର କଣ୍ଟେଟ ମିଳିବ । ଏହା ପୂର୍ବରୁ ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଟାଡା ଦିଆଯାଉଥିଲା ।