close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଏସ୍‌ଏନ୍‌ଏଲ୍‌ର ନୂଆ ପ୍ଲାନ: ଫୋନରେ କଥା ହେଲେ ମିଳିବ ଟଙ୍କା

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ । ଏହା ବିଏସ୍‌ଏନ୍‌ଏଲ୍‌ର ୱାୟାର ଲାଇନ,ବ୍ରୋଡ଼ବ୍ୟାଣ୍ଡ  ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି । 

ବିଏସ୍‌ଏନ୍‌ଏଲ୍‌ର ନୂଆ ପ୍ଲାନ: ଫୋନରେ କଥା ହେଲେ ମିଳିବ ଟଙ୍କା
source: social media

ନୂଆଦିଲ୍ଲୀ : ନିଜ ମୋବାଇଲ୍‌ ନେଟ୍‌ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍‌ ନେଟ୍‌ୱର୍କକୁ ଫୋନ୍‌ କଲେ ସାଧାରଣତଃ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ । ହେଲେ ଏବେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ଲାଗି  ନୂଆ ପ୍ଲାନ୍ ଘୋଷଣା କରିଛି ।

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ । ଏହା ବିଏସ୍‌ଏନ୍‌ଏଲ୍‌ର ୱାୟାର ଲାଇନ,ବ୍ରୋଡ଼ବ୍ୟାଣ୍ଡ  ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି । ଇଣ୍ଟରକନେକ୍ସନ ୟୁଜେସ ଚାର୍ଜ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି । ଠିକ୍ ଏହି ସମୟରେ ବିଏସଏନଏଲ ତା'ର ଏଭଳି ଏକ ପ୍ଲାନ୍‌ ଘୋଷଣା କରିଛି । ଗତମାସରେ ଜିଓ ଆୟୁସି ଚାର୍ଜ ମିନିଟ୍ ପିଛା ୬ ପଇସା ନେବ ବୋଲି ଘୋଷଣା କରିଥିଲା ।

ସୂଚନାଯୋଗ୍ୟ, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ହୋଇଥିଲା । ଯାହାକୁ କମ୍ପାନୀ ଗୁଜବ ବୋଲି କହିଥିଲା । ଏହାପରେ କେନ୍ଦ୍ର ସରକାର ନିକଟରେ ଏମଟିଏନଲକୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଥିଲେ।