Budget Session 2020: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ
Advertisement

Budget Session 2020: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜିଠାରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦରେ ସେଣ୍ଟ୍ରାଲ ହଲରେ ଚାଲିଛି ଅଧିବେଶନ । ସଂସଦର ମିଳିତ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ସଂସଦକୁ ସମ୍ବୋଧିତ କରି କହିଛନ୍ତି ସମ୍ବିଧାନ ସମସ୍ତଙ୍କର ମାର୍ଗଦର୍ଶନ । ଏଥି ସହିତ ଏହା ମଧ୍ୟ କହିଛନ୍ତି ଯେ ଏହି ଦଶନ୍ଧି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯେତେବେଳେ ସିଏଏ ଦେଶ ପାଇଁ ବେଶ ଭଲ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଥିଲେ ସେତେବେଳ ବିରୋଧୀ ହୋ ହାଲ୍ଲା କରିବା ସହ ‘shame’ ‘shame’  ର ନାରା ଦେଇଥିଲେ । ନୂଆ ଭାରତ ବିକାଶ ଲାଗି ନୂଆ ଅଧ୍ୟାୟ ଲେଖାଯିବ, ନୂଆ ଭାରତ ଗଠନ ଲାଗି ସରକାରଙ୍କୁ ଜନାଦେଶ ମିଳିଛି ଓ ସବୁ କ୍ଷେତ୍ରରେ ପରିବର୍ତ୍ତନ ଲାଗି ମୋ ସରକାର କାମ କରୁଛି ବୋଲି ଗୃହରେ କହିଛନ୍ତି ରାଷ୍ଟ୍ରପତି

ଦିନ ୧୨ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେର ରିପୋର୍ଟ ଦାଖଲ କରିବେ । ଅର୍ଥନୈତିକ ସର୍ଭେର ରିପୋର୍ଟ ଦାଖଲ ପରେ  ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(CEA-Chief Economic Adviser) ଡଃ କ୍ରିଷ୍ଣମୂର୍ତ୍ତି ଭି ଶୁଭ୍ରମଣ୍ୟନ ଏ ନେଇ ୧.୪୫ ବେଳେ ସାମ୍ୱାଦିକ ସମ୍ମିଳନୀ କରିବେ ।