ବୁଲନ୍ଦସହର ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ, କେବଳ ରାତି ୧୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କିରାନା ଦୋକାନ ଖୋଲା ରହିବ । ଅନ୍ୟ ସମୟରେ ଏସବୁ ଦୋକାନ ବନ୍ଦ ରଖାଯିବ ।
Trending Photos
)
ଲକ୍ଷ୍ନୌ: କୋରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ମେ ୩ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି । ତେବେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ରାଜରାସ୍ତାରେ ବୁଲୁଛନ୍ତି । ଏଭଳି ଲୋକଙ୍କୁ ଚିହ୍ନଟ କରିବା ମଧ୍ୟ ପୋଲିସ ପାଇଁ କାଠିକାର ପାଠ ହୋଇପଡ଼ୁଛି । ତେଣୁ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାପାଳ ଆପଣେଇଛନ୍ତି ନୂଆ ତରିକା ।
ବୁଲନ୍ଦସହର ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ, କେବଳ ରାତି ୧୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କିରାନା ଦୋକାନ ଖୋଲା ରହିବ । ଅନ୍ୟ ସମୟରେ ଏସବୁ ଦୋକାନ ବନ୍ଦ ରଖାଯିବ । ଫଳରେ ଗ୍ରୋସରୀ କିଣିବା ବାହାନାରେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ଧରିବାରେ ସୁବିଧା ହେବ । ସେହିପରି ସାମାଜିକ ଦୂରତ୍ୱ ମଧ୍ୟ ଠିକ ଭାବରେ ପାଳନ କଗରାଯାଇପାରିବ ।
ତେବେ ଉଭୟ ଖାଉଟୀ ଏବଂ ବ୍ୟବସାୟୀ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ସେମାନଙ୍କ କହିବା କଥା ହେଲା, ଯଦିଓ କିରାନା ଦୋକାନ ବନ୍ଦ ରହିବ, ତେବେ ଅନ୍ୟ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ତେଣୁ ଲୋକମାନେ ସେସବୁ ବାହାନା କରି ମଧ୍ୟ ବାହାରକୁ ବାହାରିପାରିବେ । ତେଣୁ ଜିଲ୍ଲାପାଳଙ୍କ ଏହି ଆଦେଶ ସେତେମାତ୍ରାରେ କାମରେ ଲାଗିବ ନାହିଁ ।
କହିରଖୁଛୁ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୧୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ସହ ୫୦୭ ଛୁଇଁଛି କୋରୋନା ମୃତ୍ୟୁସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।