ବୁଲବୁଲ ଉଜାଡ଼ିଦେଇଛି ଫସଲ; ଚିନ୍ତାରେ ଚାଷୀ

 ପ୍ରକୃତିର ତାଣ୍ଡବ ଆଗରେ କାହାରି ଛିଡା ହେବାକୁ ସାମର୍ଥ୍ୟ ନାହିଁ । ବିଜ୍ଞାନ ଯୁଗରେ ମଣିଷ ଅସାଧ୍ୟ କାମକୁ ସାଧିତ କରିବାରେ ସଫଳତା ହାସଲ କରିଥିବା ବେଳେ ପ୍ରକୃତିର ଲୀଳା ସବୁ ଜାଣି ମଧ୍ୟ ତାକୁ ରୋକ ଲଗାଇବାରେ ଅସମର୍ଥ ହୋଇଛି । ତେବେ ଏଭଳି ପ୍ରାକୃତିକ ତାଣ୍ଡବ ପାଇଁ କେତେବେଳେ କିଏ ବାସହରା ହୋଇଥାଏ ତ କେତେବେଳେ କିଏ ନିଜର ସର୍ବସ୍ୱ ହରାଇ ବସେ ।

ବୁଲବୁଲ ଉଜାଡ଼ିଦେଇଛି ଫସଲ; ଚିନ୍ତାରେ ଚାଷୀ

ଵାଲେଶ୍ୱର: ପ୍ରକୃତିର ତାଣ୍ଡବ ଆଗରେ କାହାରି ଛିଡା ହେବାକୁ ସାମର୍ଥ୍ୟ ନାହିଁ । ବିଜ୍ଞାନ ଯୁଗରେ ମଣିଷ ଅସାଧ୍ୟ କାମକୁ ସାଧିତ କରିବାରେ ସଫଳତା ହାସଲ କରିଥିବା ବେଳେ ପ୍ରକୃତିର ଲୀଳା ସବୁ ଜାଣି ମଧ୍ୟ ତାକୁ ରୋକ ଲଗାଇବାରେ ଅସମର୍ଥ ହୋଇଛି । ତେବେ ଏଭଳି ପ୍ରାକୃତିକ ତାଣ୍ଡବ ପାଇଁ କେତେବେଳେ କିଏ ବାସହରା ହୋଇଥାଏ ତ କେତେବେଳେ କିଏ ନିଜର ସର୍ବସ୍ୱ ହରାଇ ବସେ ।
ବାଲେଶ୍ଵର ଜିଲ୍ଲାର ଉତ୍ତର ବାଲେଶ୍ଵର ଏକ କୃଷି ବହୁଳ ଅଞ୍ଚଳ ଭାବେ ଜଣାଯାଏ । ଚାଷ ଉପରେ ନିର୍ଭର କରୁଥିବା ଉକ୍ତ ଅଞ୍ଚଳ ବାସୀଙ୍କ ଉପରେ ଗତ ୯ ତାରିଖରେ ବୁଲ ବୁଲ ବାତ୍ୟା ଦାଉ ସାଜିଥିଲା । ବାତ୍ୟା ପ୍ରଭାବରେ ଅମଳ ହେବାକୁ ଯାଉଥିବା ଧାନ ସବୁ ନଷ୍ଟ ହେବା ସହିତ, ପନିପରିବା ଖେତରେ ବର୍ଷା ପାଣି ଜମା ହୋଇ ରହିବା ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏହା ସହ କଦଳୀ ଚାଷୀଙ୍କ ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପାଇଛି । ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଆଶା ସେମାନଙ୍କର ମଉଳି ଯାଇଛି । ହାତ ଉଧାର, ଗାଉଁଲି ସୁଧରେ ଟଙ୍କା ଆଣି ଚାଷରେ ଲଗାଇ ଥିବା ଚାଷୀ ମାନେ ହତାଶ ହୋଇପଡିଛନ୍ତି ।  
ବାତ୍ୟା ପରେ ଜିଲ୍ଲାପାଳ ଦୁଇଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ କହିଥିବା ବେଳେ, ଘଟଣାର ପାଞ୍ଚ ଦିନ ପରେ ବି ପ୍ରଶାସନ କ୍ଷତିଗ୍ରସ୍ତ  ଚାଷୀ ପାଖରେ ପହଞ୍ଚି ପାରିନାହିଁ । ଏଣେ ସରକାର ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ହେଲେ ବାସ୍ତବରେ କର୍ମଚାରୀ ଅଭାବ ହିଁ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡିଛି । ଏ ସମୟରେ ପ୍ରଶାସନ ଚାଷୀଙ୍କ ପାଖରେ ଠିଆ ହେବା ଆବଶ୍ୟକ  ହୋଇପଡିଛି । 

 

Tags: