ବୁର୍କିନା ଫାସୋ ଚର୍ଚ୍ଚରେ ଆତଙ୍କୀ ଆକ୍ରମଣ: ୨୪ ମୃତ, ୧୮ ଆହତ
Advertisement

ବୁର୍କିନା ଫାସୋ ଚର୍ଚ୍ଚରେ ଆତଙ୍କୀ ଆକ୍ରମଣ: ୨୪ ମୃତ, ୧୮ ଆହତ

ଜାତିସଂଘର ରିପୋର୍ଟ ଅନୁସାରେ, ବିଗତ ବର୍ଷରେ ହିଁ ବୁର୍କିନା ଫାସୋ ଓ ତାହାର ପଡ଼ୋଶୀ ଦେଶ ମାଲେ ଓ ନାଇଜେରିଆରେ ଜେହାଦୀ ଆକ୍ରମଣରେ ୪ ଜହାର ଲୋକଙ୍କ ମୃତ୍ୟୁ ହୋଇଥିଲା । 

ବୁର୍କିନା ଫାସୋ ଚର୍ଚ୍ଚରେ ଆତଙ୍କୀ ଆକ୍ରମଣ: ୨୪ ମୃତ, ୧୮ ଆହତ

ନୂଆଦିଲ୍ଲୀ: ଆଫ୍ରିକା ଦେଶ ବୁର୍କିନା ଫାସୋରେ ଏକ ଚର୍ଚ୍ଚରେ ଆତଙ୍କୀ ଆକ୍ରମଣ କରିଛନ୍ତି । ଫଳରେ ୨୪ ଲୋକଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି । ଖବର ସବରାହ ସଂସ୍ଥା ଏଏଫପି, ପ୍ରାନ୍ତୀୟ ଗଭର୍ଣ୍ଣରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କହିଛି ଯେ ଏହି ଆକ୍ରମଣ ରବିବାର ଉତ୍ତର ବୁର୍କିନା ଫାସୋର ଏକ ଗାଁ ପ୍ରୋଟେଷ୍ଟେଟ ଚର୍ଚ୍ଚର ସପ୍ତାହିକ ସେବା ସମାରୋହ ସମୟରେ ହୋଇଛି । 

ଜାତିସଂଘର ରିପୋର୍ଟ ଅନୁସାରେ, ବିଗତ ବର୍ଷରେ ହିଁ ବୁର୍କିନା ଫାସୋ ଓ ତାହାର ପଡ଼ୋଶୀ ଦେଶ ମାଲେ ଓ ନାଇଜେରିଆରେ ଜେହାଦୀ ଆକ୍ରମଣରେ ୪ ଜହାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେନା ଅଧିକାରୀ କର୍ଣ୍ଣଲ ସଲ୍ଫୋ କାବୋର କହିଛନ୍ତି ଯେ ସଶସ୍ତ୍ର ଆତଙ୍କବାଦୀମାନେ ଯାଘା ପ୍ରାନ୍ତର ଗାଁ ପନସିରେ ପ୍ରବେଶ କରି ସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆତଙ୍କୀମାନେ ଗୁଲି ଚଳାଇବା ପୂର୍ବରୁ ଅଣନିବାସୀଙ୍କୁ ଗ୍ରାମୀଣଙ୍କ ଠାରୁ ଅଲଗା କରିଥିଲେ । ଏହି ଆତଙ୍କୀମାନେ କିଛି ଲୋକଙ୍କୁ ଅପହରଣ ମଧ୍ୟ କରିଥିଲେ ।

୨୦୧୫ରୁ ବୁର୍କିନା ଫୋସୋ ଜେହାଦୀ ଆତଙ୍କୀଙ୍କ ଟାର୍ଗେଟରେ ରହି ଆସୁଛି । ବିଗତ ୫ ବର୍ଷରେ ଜେହାଦୀ ଆତଙ୍କୀଙ୍କ ଆକ୍ରମଣରେ ୭୫୦ ଜଣ ନିଜ ଜୀବନ ହରାଇ ସାରିଛନ୍ତି । ଏହାସହ ଆତଙ୍କୀଙ୍କ ଭୟରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ନିଜ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି ।