ଓଲଟିଲା ବସ, ଦୁଇ ମୃତ

ବ୍ରହ୍ମପୁର ବସ ଟ୍ରାଜେଡ଼ି ମନରୁ ନ ଲିଭୁଣୁ ଆଉ ଏକ ବସ ଦୁର୍ଘଟଣା। ଭାରସାମ୍ୟ ହରାଇ ପାପଡ଼ାହାଣ୍ଡି ବ୍ଲକରେ ଓଲଟି ପଡ଼ିଛି ଏକ ଘରୋଇ ବସ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।  

ଓଲଟିଲା ବସ, ଦୁଇ ମୃତ

ନବରଙ୍ଗପୁର: ବ୍ରହ୍ମପୁର ବସ ଟ୍ରାଜେଡ଼ି ମନରୁ ନ ଲିଭୁଣୁ ଆଉ ଏକ ବସ ଦୁର୍ଘଟଣା। ଭାରସାମ୍ୟ ହରାଇ ପାପଡ଼ାହାଣ୍ଡି ବ୍ଲକରେ ଓଲଟି ପଡ଼ିଛି ଏକ ଘରୋଇ ବସ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।  

ମିଳିଥିବା ସୂଚନା ମୁତାବକ ଘରୋଇ ବସ ଜଗାକାଳିଆ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ବସ ଆଗକୁ ଏକ ଗାଈ ଆସିଯିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଗାଡ଼ି ଚାଳକ। ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା।  

ଖବର ଲେଖାଯିବା ସୁଦ୍ଧା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମୃତାହତମାନଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।