ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତି

ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର। ତେବେ ଭାରତ ଗସ୍ତରେ ଆସି ପ୍ରଥମ ଦିନରେ ଅହମ୍ମଦାବାଦ ଓ ଆଗ୍ରା ବୁଲି ଦେଖିଛନ୍ତି ଟ୍ରମ୍ପ ପରିବାର।ଦ୍ୱିତୀୟ ଦିନରେ ଦିଲ୍ଲୀର ଏକ ସ୍କୁଲ ବୁଲିଛନ୍ତି ମେନାଲିଆ ଟ୍ରମ୍ପ ।

ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତି

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର। ତେବେ ଭାରତ ଗସ୍ତରେ ଆସି ପ୍ରଥମ ଦିନରେ ଅହମ୍ମଦାବାଦ ଓ ଆଗ୍ରା ବୁଲି ଦେଖିଛନ୍ତି ଟ୍ରମ୍ପ ପରିବାର। ଏହା ସହିତ ଗସ୍ତର ଦ୍ୱିତୀୟ ଦିନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଥିବା ବେଳେ ମେନାଲିଆ ଟ୍ରମ୍ପ ଦିଲ୍ଲୀର ଏକ ସ୍କୁଲ ପରିଦର୍ଶନ କରିଛନ୍ତି।  

ତେବେ ବିଶ୍ୱର ସବୁଠାରୁ ଏହି ଶକ୍ତିଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଅନେକଙ୍କୁ ଅଜଣା ଥିବ। ଏପରିକି ଟ୍ରମ୍ପଙ୍କର ବ୍ୟବସାୟ ଭାରତରେ ମଧ୍ୟ ରହିଛି, ଯାହା ସମ୍ପର୍କରେ ଅନେକଙ୍କୁ ଅଜଣା। ତେବେ ଫୋର୍ବ୍ସ ତାଲିକା ମୁତାବକ ୨୦୧୯ ମସିହା ସୁଦ୍ଧା ଟ୍ରମ୍ପଙ୍କ ନିକଟରେ ମୋଟ ୩। ୧ ଆରବ ଡଲାରର ସମ୍ପତି ରହିଛି। ବିଶେଷ କରି ରିଅଲ ଇଷ୍ଟେଟ ସେକ୍ଟରରେ ବଡ଼ କାରବାର ଟ୍ରମ୍ପଙ୍କର ରହିଥିବା ଜଣାପଡ଼ିଛି।  

ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତ୍ତି

ସେହିପରି ଟ୍ରମ୍ପଙ୍କର ସାମ୍ରାଜ୍ୟ ତଥା ନିଜ ସମ୍ପତି ବ୍ରାଣ୍ଡ ବ୍ୟବସାୟ, ଗୋଲ୍ଫ କୋର୍ସ ଓ କ୍ଲବ ଆଦି ଆରବ ଆରବ ଟଙ୍କାର ସମ୍ପତି ରହିଥିବା ଜଣାପଡ଼ିଛି। ନ୍ୟୁୟର୍କରେ ଟ୍ରମ୍ପଙ୍କର ୧। ୫ ଆରବ ଡଲାରର ରିଅଲ ଇଷ୍ଟେଟ ସମ୍ପତି ରହିଥିବା ଜଣାପଡ଼ିଛି। ଏହି ସମ୍ପତି ମଧ୍ୟରେ ୧୨୯୦ ଏଭନ୍ୟୁ ଅଫ ଆମେରିକାଜ, ୪୦ ଓ୍ୱାଲ ଷ୍ଟ୍ରିଟ, ଟ୍ରମ୍ପ ଟାଓ୍ୱାର, ୬ଇ। ୫୭ ଷ୍ଟ୍ରିଟ(ପୂର୍ବରୁ ନାଇକ ଟାଉନ), ଟ୍ରମ୍ପ ପାର୍କ ଏଭନ୍ୟୁ, ଟ୍ରମ୍ପ ପାର୍କ, ଟ୍ରମ୍ପ ପାର୍କ ଇଷ୍ଟ, ଟ୍ରମ୍ପ ପ୍ଲାଜା, ଟ୍ରମ୍ପ ଓ୍ୱାର୍ଲ୍ଡ ଟାଓ୍ୱାର ଓ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଆଦି ସମ୍ପତି ସାମିଲ ରହିଛି।  

ସେହିପରି ନ୍ୟୁୟର୍କ ବାହାରେ ଟ୍ରମ୍ପଙ୍କର ମଧ୍ୟ ଅଚଳାଚଳ ସମ୍ପତି ରହିଛି। ନ୍ୟୁୟର୍କ ବାହାରେ ପ୍ରାୟ ୬୬୦୦ ଲକ୍ଷ ଡଲାରର ରିଅଲ ଇଷ୍ଟେଟର ସମ୍ପତି ରହିଛି। ଏଗୁଡିକ ମଧ୍ୟରେ ସାନ ଫ୍ରାନସିସ୍କୋରେ ୫୫୫ କାଲିଫୋର୍ଣ୍ଣିଆ ଷ୍ଟ୍ରିଟ, ଲାସ ବେଗାସରେ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ, ଓ୍ୱାସିଂଟନ ଡିସି(ଡିଷ୍ଟ୍ରିକ୍ଟ ଅଫ କଲମ୍ବିଆ)ରେ ଟ୍ରମ୍ପଙ୍କ ହୋଟେଲ, ଟ୍ରମ୍ପ ବାଇନାରୀ, କାଲିଫର୍ଣ୍ଣିଆରେ ଅନଡେଭଲପମେଣ୍ଟ ଲାଟସ ଓ ଚିକାଗୋରେ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଏବଂ ଟାଓ୍ୱାର ରହିଥିବା ଜଣାପଡ଼ିଛି।  

ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତ୍ତି

ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସଉକ ମଧ୍ୟ ବେଶ ଅଜବ। ତାଙ୍କର ଗୋଲ୍ଫ କୋର୍ସକୁ ଦେଖିଲେ ତାଙ୍କର ଏହି ସଉକ ସମ୍ପର୍କରେ ଜଣାପଡ଼େ। ଟ୍ରମ୍ପଙ୍କ ନିକଟରେ ପ୍ରାୟ ୫୯୦୦ ଲକ୍ଷ ଟଙ୍କାର ଗୋଲ୍ଫ କୋର୍ସ ରହିଛି। ଏହି ଗୋଲ୍ଫ କୋର୍ସ ମଧ୍ୟରେ ୟୁଏସ ଗୋଲ୍ଫ କ୍ଲବ, ମାର-ଅ-ଲାଗୋ ପାଲମ ସମୁଦ୍ର ଉପକୂଳରେ ମଧ୍ୟ ଗୋଲ୍ଫ କୋର୍ସ, ଟ୍ରମ୍ପ ନ୍ୟାସନାଲ ଡୋରାଲ ମିୟାମୀ ଓ ସ୍କଟଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡରେ ମଧ୍ୟ ଗୋଲ୍ଫ କୋର୍ସ ରହିଥିବା ଜଣାପଡ଼େ।  

ସେହିପରି ସମଗ୍ର ବିଶ୍ୱରେ ଟ୍ରମ୍ପ ଜଣେ ବ୍ୟବସାୟୀ ଭାବେ ବେଶ ପରିଚିତ। ସମଗ୍ର ବିଶ୍ୱରେ ତାଙ୍କ ବେଶ ପ୍ରତିଷ୍ଠିତ ହୋଟେଲ ମାନ ଥିବା ବେଳେ ଲାଇସେନ୍ସ ଓ ପ୍ରଡକ୍ଟ ବିଜନେସ ମଧ୍ୟ କରୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ତାଙ୍କ ବିଭିନ୍ନ ସ୍ଥାନରେ ହୋଟେଲ ମାନ ମଧ୍ୟ ରହିଛି। ତେବେ ତାଙ୍କର ସ୍ଥାବର ସମ୍ପତି ମଧ୍ୟରେ ୩୧୦୦ ଲକ୍ଷ ଡଲାରର ସମ୍ପତି ରହିଛି। ଏହା ମଧ୍ୟରେ ୧୬୦୦ ଲକ୍ଷ ଟଙ୍କାର ନଗଦ ରାଶି ସହିତ ଲିକ୍ୟୁଡ଼ିଟି ଆସେଟ ବା ନଗଦ ଅନୁପାତର ସମ୍ପତି ରହିଛି।  

ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତ୍ତି

ସେହିପରି ଟ୍ରମ୍ପଙ୍କ ନାମରେ ଥିବା ଟ୍ରମ୍ପ ଟାଓ୍ୱାରରେ ଏକ ପେଣ୍ଟ ହାଉସ ରହିଛି। ଯାହାର ମୋଟ ମୂଲ୍ୟ ହେଉଛି ୫୪୦ ଲକ୍ଷ ଡଲାର ମୂଲ୍ୟ ରହିଛି। ୩୨୦ ଲକ୍ଷ ଡଲାରର ଦୁଇଟି ଉଡ଼ାଜାହାଜ ଓ ୩ଟି ହେଲିକପ୍ଟର ରହିଛି। ପାଲମ ସାମୂଦ୍ରିକ କୂଳରେ ୩ଟି ଘର ରହିଥିବା ବେଳେ ଏଫଏଲ ହୋମ ନାମରେ ମଧ୍ୟ ଗୋଟିଏ ବଙ୍ଗଳା ରହିଛି। ୩୦୦ ଲକ୍ଷ ଡଲାରର ସେଭେନ ସ୍ପ୍ରିଙ୍ଗସ, ବେଡ଼ଫୋର୍ଡ଼ ଏନଓ୍ୱାଇ ମଧ୍ୟ ରହିଛି। ଆଇଲ୍ୟାଣ୍ଡ ହୋମ୍ସ ମଧ୍ୟ ତାଙ୍କ ସମ୍ପତିରେ ସାମିଲ ରହିଛି ଯାହାର ମୂଲ୍ୟ ପାଖାପାଖି ୧୩୦ ଲକ୍ଷ ଡଲାର।  

ଭାରତରେ ରହିଛି ଟ୍ରମ୍ପଙ୍କ ସମ୍ପତ୍ତି

ଟ୍ରମ୍ପ ସମଗ୍ର ବିଶ୍ୱରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ତାଙ୍କର ଏହି ସାମ୍ରାଜ୍ୟରୁ ଭାରତ ମଧ୍ୟ ବାଦ ପଡ଼ିନାହିଁ। ଭାରତରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ୨୦୧୩ ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ରିଅଲ ଇଷ୍ଟେଟ ଅର୍ଗାନାଇଜେସନ ଭାରତୀୟ ରିଅଲ ଇଷ୍ଟେଟ ବଜାରରେ ପ୍ରବେଶ କରିଥିଲା। ଟ୍ରମ୍ପଙ୍କ କମ୍ପାନୀ ସହିତ ମିଳିତ ଭାବେ ଭାରତୀୟ କମ୍ପାନୀ ମଧ୍ୟ କାର୍ଯ୍ୟ କରୁଛି। ଏହି କମ୍ପାନୀ ଗୁଡିକ ମଧ୍ୟରେ ଲୋଧା ଗ୍ରୁପ, ପଞ୍ଚଶୀଳା ରିଅଲିଟି, ଏମ୩ଏମ, ଟ୍ରିବେକା, ୟୁନିମାର୍କ, ଆଇରିଓ ଆଦି କମ୍ପାନୀ ରହିଛି। ତେବେ ଭାରତରେ ଟ୍ରମ୍ପ ଅର୍ଗାନାଇଜେସନ ସହିତ କାମ କରୁଥିବା ସଂସ୍ଥା ଗୁଡିକ କହିବା ମୁତାବକ ଟ୍ରମ୍ପଙ୍କ ବ୍ରାଣ୍ଡ ନାମ ଯୋଗୁଁ ଅତିରିକ୍ତ ୪୦ ପ୍ରତିଶତ ମୂଲ୍ୟ ଆମକୁ ହାସଲ ହେଉଛି। ଏହି ବ୍ରାଣ୍ଡ ଭାରତରେ ବେଶ ଭଲ ବ୍ୟବସାୟ ଚଳାଇଛି।