କମଲନାଥ ସରକାର ଭାଙ୍ଗିଲେ, ଶିବରାଜ ସିଂହ କ୍ୟାବିନେଟରେ ସ୍ଥାନ ପକ୍କା କଲେ !
Trending Photos
)
ଭୋପାଲ: ଆଜି ନିଜ ମନ୍ତ୍ରିମଣ୍ଡଳ ବିସ୍ତାର କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଭରସାରେ କୋରୋନା ସଙ୍କଟ ସାମ୍ନା କରୁଥିବା ମଧ୍ୟପ୍ରଦେଶରେ ଶେଷରେ ୫ ଜଣ ମନ୍ତ୍ରୀ ଶପଥ ନେଇଚନ୍ତି । ପ୍ରଥମେ ନରୋତ୍ତମ ମିଶ୍ରା ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ତୁଲସୀ ରାମ ସିଲାୱଟ, ଗୋବିନ୍ଦ ସିଂହ ରାଜପୁତ, କମଲ ପଟେଲ ଏବଂ ମୀନା ସିଂହ ଗଜ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
Madhya Pradesh: BJP leaders Narottam Mishra, Kamal Patel, Meena Singh, Tulsi Silawat and Govind Singh Rajput took oath as ministers, at the state cabinet expansion ceremony in Bhopal today. pic.twitter.com/RBEJk449Bk
— ANI (@ANI) April 21, 2020
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ରାଜଭବନ ପକ୍ଷରୁ ଆଗରୁ ସୂଚନା ଦିଆଯାଇଥିଲା । ବିଜେପିର ବରିଷ୍ଠ ନେତା ନରୋତ୍ତମ ମିଶ୍ରଙ୍କ ମଧ୍ୟପ୍ରଦେଶ କ୍ୟାବିନେଟରେ ସାମିଲ କରାଯାଇଛି । ସେହିପରି କମଲ ପଟେଲ ପୂର୍ବରୁ ଭାଜପା ସରକାରରେ ମନ୍ତ୍ରୀ ରହି ସାରିଛନ୍ତି । ସେହିପରି କମଲନାଥ ସରକାରଙ୍କୁ ଭାଙ୍ଗିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ସିନ୍ଧିଆଙ୍କ ଦୁଇ ସମର୍ଥକ ଗୋବିନ୍ଦ ସିଂହ ରାଜପୁତ ଏବଂ ତୁଲସୀ ସିଲାୱଟ ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ମୀନା ସିଂହଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିଛି ।