ଶ୍ମଶାନରେ ଜନ୍ମଦିନ

ଜନ୍ମଦିନ ସେଲିବ୍ରେସନକୁ ନେଇ ସମସ୍ତେ ପ୍ରାୟତଃ ବେଶ ଉତ୍ସୁକତା ପ୍ରକାଶ କରିଥାନ୍ତି । ଯେଉଁଦିନ ଆପଣ ଦୁନିଆଁକୁ ଆସିଛନ୍ତି, ସେହି ଦିନଟିକୁ ସ୍ମରଣୀୟ କରିବାକୁ ନିଶ୍ଚୟ ଚାହିଁବେ । ଆପଣ କେଉଁଠି ଜନ୍ମଦିନ ପାଳନ କରିବାକୁ  ଚାହାଁନ୍ତି ? ଯଦି ଆପଣଙ୍କୁ ଏପ୍ରଶ୍ନ ପଚରାଯାଏ, ତେବେ ନିଶ୍ଚୟ ଆପଣ ଏକ ସୁନ୍ଦର ସ୍ଥାନର ନାଁ କହିବେ । 

ଶ୍ମଶାନରେ ଜନ୍ମଦିନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅମିତ ମହାନ୍ତି, ନୂଆଦିଲ୍ଲୀ: ଜନ୍ମଦିନ ସେଲିବ୍ରେସନକୁ ନେଇ ସମସ୍ତେ ପ୍ରାୟତଃ ବେଶ ଉତ୍ସୁକତା ପ୍ରକାଶ କରିଥାନ୍ତି । ଯେଉଁଦିନ ଆପଣ ଦୁନିଆଁକୁ ଆସିଛନ୍ତି, ସେହି ଦିନଟିକୁ ସ୍ମରଣୀୟ କରିବାକୁ ନିଶ୍ଚୟ ଚାହିଁବେ । ଆପଣ କେଉଁଠି ଜନ୍ମଦିନ ପାଳନ କରିବାକୁ  ଚାହାଁନ୍ତି ? ଯଦି ଆପଣଙ୍କୁ ଏପ୍ରଶ୍ନ ପଚରାଯାଏ, ତେବେ ନିଶ୍ଚୟ ଆପଣ ଏକ ସୁନ୍ଦର ସ୍ଥାନର ନାଁ କହିବେ । 

ସାଙ୍ଗ ସାଥୀ ଏବଂ ପରିବାର ଲୋକଙ୍କ ସହ ଏକ ଭଲ ସ୍ଥାନରେ ଜନ୍ମଦିନ ପାଳନ କରିବାକୁ କିଏ ବା ନଚାହେଁ । ହେଲେ ଆଜି ଆମେ ଏମିତି ଏକ ଜନ୍ମଦିନ ବିଷୟରେ କହିବାକୁ ଯାଉଛି, ଯାହା ଶ୍ମଶାନରେ ସେଲିବ୍ରେସନ ହୋଇଥିଲା । ସାଧାରଣତଃ ଯେଉଁ ଜାଗାକୁ ଯିବା ପାଇଁ ସମସ୍ତେ ଭୟ କରନ୍ତି, ସେଠି ଚାଲିଥିଲା କେକ କାଟି ବର୍ଥ ଡେ ସେଲିବ୍ରେସନ । କଥାଟି ଅଜବ ଲାଗୁଥିଲେ ବି ସତ । 

ଗତ ଶନିବାର ଉତ୍ତର ମହାରାଷ୍ଟ୍ର ଅନ୍ତର୍ଗତ ନାସିକା ଜିଲ୍ଲା ଚନ୍ଦୋରୀ ଗାଁରେ ଦେଖୁବାକୁ ମିଳିଥିଲା ଏପରି ଏକ ଜନ୍ମଦିନ ପାଳନ । ସାଙ୍ଗର ଜନ୍ମଦିନକୁ ଶ୍ମଶାନରେ ସେଲିବ୍ରେସନ କରିଥିଲେ ଗାଁ ପିଲା । କେକ୍ କଟାହୋଇଥିଲା । ନାଚକୁଦ ଆଉ ମଉଜମସ୍ତି । ଏପରିକି ଶ୍ମାଶାନରେ ସେଲଫି ନେଇ ସୋସିଆଲ ମିଡିଆରେ ଅଫଲୋଡ ମଧ୍ୟ କରିଥିଲେ । ବେଶ ଧୁମଧାମରେ ପାଳନ ହୋଇଥିଲା ଜନ୍ମଦିନ । 

ଆପଣଙ୍କୁ ଲାଗୁଥିବ, ଏମାନେ ଜନ୍ମଦିନ ସେଲିବ୍ରେସନ ଶ୍ମଶାନରେ କାହିଁକି କଲେ ? ସେଲିବ୍ରେସନ ପାଇଁ ଶ୍ମସାନକୁ କାହିଁକି ବାଛିଲେ ? ଯେଉଁ ସ୍ଥାନକୁ ଯିବା ପାଇଁ ସମସ୍ତେ ଭୟ କରନ୍ତି, ସେହି ସ୍ଥାନରେ ପୁଣି ଜନ୍ମଦିନ ପାଳନ ! ନିଶ୍ଚୟ ଟିକିଏ ଅଡୁଆ ଲାଗୁଛି । ହେଲେ ଏକ ବୃହତ ଚିନ୍ତାଧାରା ନେଇ ଏପରି କରିଥିଲେ ଏହି ଗାଁ ପିଲା । 

ସାଧାରଣତଃ ସମସ୍ତଙ୍କ ମନରେ ଶ୍ମଶାନକୁ ନେଇ ବହୁତ ଅନ୍ଧବିଶ୍ୱାସ ରହିଛି । ଭୁତପ୍ରେତ କଥା କହି ଲୋକଙ୍କୁ ଭୟଭୀତ କରାଯାଇଥାଏ । ତେଣୁ ଏସବୁ ଅନ୍ଧବିଶ୍ୱାସକୁ ଦୂର କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ଏପରି କରିଥିଲେ  ଚନ୍ଦୋରୀ ଗାଁର ପିଲା । ସାଙ୍ଗର ଜନ୍ମଦିନକୁ ଶ୍ମଶାନ ଯାଇ ସେଲିବ୍ରେସନ କରାଯାଇଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହୋଇଛି । ଏହାକୁ ବହୁ ଲାଇକ ଏବଂ ଶେୟାର କରୁଛନ୍ତି ସୋସିଆଲ ମିଡିଆ ଆକାଉଣ୍ଟଧାରୀ । 

ଆହୁରି ବି ପଢନ୍ତୁ; ପ୍ରତିଦିନ ସାଇକେଲ ଚଲାନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ