)
ନୂଆଦିଲ୍ଲୀ: ବଲିଉଡ଼ ଅଭନେତ୍ରୀ ପୁନମ ପାଣ୍ଡେଙ୍କ ଗିରଫ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗତ ରବିବାର ଲକଡାଉନ ନିୟମ ଉଲ୍ଲଂଘନ କରି ତାଙ୍କୁ ଗିରଫ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ମାତ୍ର ପୁନମ ଏନେଇ ମୁହଁ ଖୋଲିଛନ୍ତି। ପ୍ରକାଶିତ ଖବର ତଥା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଖବର ମିଥ୍ୟା ବୋଲି ସେ କହିଛନ୍ତି।
ସେ କହିଛନ୍ତି କି, ଗିରପଦାରୀ ନେଇ ମୋ ନିକଟକୁ ଅନେକ ଗୁଡ଼ିଏ ଫୋନ କଲ ଆସୁଛି। ଏହାକୁ ନେଇ ମୁଁ ବେଶ ଚକିତ ହୋଇ ପଡ଼ିଛି। ମୁଁ ରବିବାର ରାତିରେ ଘରେ ରହି ସିନେମା ଦେଖୁଥିଲି। କିନ୍ତୁ ଏଭଳି ଖବର କେଉଁଠାରୁ ଆସିଲା ସେ ନେଇ ବେଶ ଚକିତ ହୋଇ ପଡ଼ିଛି। ଏଭଳି ଗୁଜବ ଦୟାକରି ପ୍ରଚାର କରନ୍ତୁନି କିମ୍ବା ମିଥ୍ୟା କବର ପ୍ରକାଶ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।