ଯୌନ ସଂକ୍ରମଣ ଦ୍ୱାରା ବି ହୋଇଥାଏ ଡେଙ୍ଗୁ!

ମହିଳା ବନ୍ଧୁ ଛାଡ଼ିଦେଇ ଗଲେ ଡେଙ୍ଗୁ ଗିଫ୍ଟ

ଯୌନ ସଂକ୍ରମଣ ଦ୍ୱାରା ବି ହୋଇଥାଏ ଡେଙ୍ଗୁ!
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସମସ୍ତଙ୍କୁ ଚତ୍କିତ କଲା ପରି ଖବର ଆସିଛି ସ୍ପେନରୁ । ଏଡିସ ମଶା କାମୁଡିବା ଦ୍ୱାରା ଡେଙ୍ଗୁ ଜ୍ୱର ହୋଇଥାଏ । ଆଉ ଏ କଥା ସମସ୍ତେ ଅବଗତ । ମାତ୍ର ସ୍ପେନରୁ ଆସିଥିବା ଖବର ଆପଣଙ୍କୁ ପୂରା ସ୍ତବ୍ଧ କରିଦେବ । ପୂର୍ବରୁ ମାରାତ୍ମକ ରୋଗ HIV ବା ଏଡସ୍ ବ୍ୟାପିବାର ଏକ କାରଣ ଯୌନ ସଂକ୍ରମଣ ବୋଲି ସମସ୍ତେ ଅଳ୍ପ ବହୁତେ ଜାଣିଥିବା ବେଳେ ଡେଙ୍ଗୁ ଜ୍ୱର ବି ଯୌନ ସଂକ୍ରମଣ ଦ୍ୱାରା ବ୍ୟାପିବାର ସମ୍ଭାବନା ଅଛି ବୋଲି ସ୍ପେନରୁ ଜଣା ପଡ଼ିଛି । 

ଟେଲିଗ୍ରାଫ ଅନୁସାରେ ସ୍ପେନର ଜଣେ ପୁରୁଷ ନିଜର ମହିଳା ବନ୍ଧୁଙ୍କ ସମ୍ପର୍କ ସ୍ଥାପନା କରିବା ପରେ ତାଙ୍କୁ ଡେଙ୍ଗୁ ବ୍ୟାପିଥିବା ଜଣା ପଡ଼ିଛି । ପୁରୁଷ ଜଣଙ୍କ ଡେଙ୍ଗୁ ସଂକ୍ରମିତ ସ୍ଥାନକୁ ବୁଲିବାକୁ ଯାଇ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇଥିବା କଥା ମିଡିଆକୁ କହିଥିଲେ । କ୍ୟୁବାର ମହିଳା ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ତାଙ୍କ ରିପୋର୍ଟରେ ଡେଙ୍ଗୁ ପଜିଟିଭ ବାହାରିଥିଲା । ମହିଳା ଜଣଙ୍କ ୧୦ ଦିନ ହେବ ଡେଙ୍ଗୁରେ ପୀଡ଼ିତ ଥିଲେ । 

ତେବେ ଏ ନେଇ ସତ୍ୟତା ଜଣିବା ପାଇଁ ଖୋଳାତାଳ ହେବା ପରେ ଜଣା ପଡ଼ିଥିଲାକି ପୁରୁଷ ଜଣଙ୍କ ରହୁଥିବା ସ୍ଥାନରେ ପୂର୍ବରୁ ଡେଙ୍ଗୁ ରୋଗ କାହାକୁ ହୋଇ ନ ଥିଲା । ମାତ୍ର ବୁଲିବାକୁ ଯାଇ ଆସିବା ପରେ ତାଙ୍କ ରକ୍ତରେ ଡେଙ୍କୁ ପଜିଟିଭର ନମୁନା ମିଳିଥିଲା । ଏପରିକି  ପୁରୁଷ ଜଣଙ୍କର ସ୍ପର୍ମ(sperm)ର ନମୁନାକୁ ନେଇ ମଧ୍ୟ ଟେଷ୍ଚ କରାଯାଇଥିଲା । ଆଉ ସେହି ରିପୋର୍ଟରେ ସ୍ପର୍ମରେ ଥିବା ଡେଙ୍ଗୁ ଭାଇରସର ନମୁନା କ୍ୟୁବାରେ ଥିବା ମହିଳା ବନ୍ଧୁଙ୍କ ଭାଇରସ ସହ ମ୍ୟାଚ କରିଥିଲା ।

ତେବେ ଡେଙ୍ଗୁ ରୋଗ ସଂକ୍ରମିତ ଏଡିସ ମଶା କାମୁଡା ଦ୍ୱାରା ହୋଇଥାଏ । ଯୌନ ସଂକ୍ରମଣ ଦ୍ୱାରା ଡେଙ୍ଗୁ ରୋଗ ବ୍ୟାପିବା ବିଶ୍ୱରେ ପ୍ରଥମ । 

ଫୋଟିସ ହସ୍ପିଟାଲର ଡକ୍ଚର ଅମିତାଭ ପତିଙ୍କ କହିବା ଅନୁସାରେ ଏହି କେସ ବିଶ୍ୱରେ ଗୋଟେ । ଆଉ ଏହିପରି କେସର ପ୍ରମାଣ ପାଇଁ କ୍ଲିନିକାଲ ତଥା ଲାବ ରିପୋର୍ଟର ସଠିକ ପରୀକ୍ଷଣ ମାଧ୍ୟମରେ ବାହାରିଲେ ଆମକୁ ପ୍ରମାଣ ମିଳିବ କି ଏଭଳି କୋଚିତ ଦେଖାଯାଇଥିବା କେସର ସତ୍ୟତା କେତେ ।

ଇନ୍ଦ୍ରପ୍ରସ୍ତରେ ଥିବା ଆପୋଲ ହସ୍ପିଟାଲର ବରିଷ୍ଠ ଡକ୍ଟର ସୁରଞ୍ଜିତ ଟାଟାର୍ଜାଙ୍କ ମତରେ ମଧ୍ୟ ଆମେ ପୂର୍ବରୁ କେବେ ଏପରି କେସ ଦେଖି ନାହୁଁ ଆଉ ଡେଙ୍ଗୁ ମଣିଷରୁ ମଣିଷକୁ ବ୍ୟାପି ନ ଥାଏ । ଡେଙ୍ଗୁ ବ୍ୟାପିବା ପାଇଁ ଭେକ୍ଟର ଦାୟୀ । ଆଉ ଏହି ଭେକ୍ଟର କାମୁଡ଼ିବା ଦ୍ୱାରା ହିଁ ରୋଗ ହୋଇଥାଏ ।

ଆହୁରି ମଧ୍ୟ ସେ କହିଥିଲେ ଯେ ଗୋଟେ ଅଧେ କୋଚିତ କେସ ଡାକ୍ତରୀ ସତ୍ୟତାକୁ ପ୍ରତିପାଦନ କରେ ନାହିଁ । ଆଉ ଆମେ ରୋଗୀଙ୍କୁ ନ୍ୟୁଜ ରିପୋର୍ଟ ହିସାବରେ ନୁହଁ ବରଂ କ୍ଲିନିକାଲ ରିପୋର୍ଟ ମାଧ୍ୟମରେ ଚିକିତ୍ସା କରିଥାଉ । ତେଣୁ ବର୍ତ୍ତମାନ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏ ନେଇ ଅଧିକ ପ୍ରମାଣ ହସ୍ତାନ୍ତର ହୋଇ ନାହିଁ ।

ଡେଙ୍ଗୁ ରୋଗ ଭାଇରସର ପାଞ୍ଚ ପ୍ରକାରର ସୋରେଟାଇପ ମଧ୍ୟରୁ ଗୋଟିଏ  ସୋରେଟାଇପ ଦ୍ୱାରା ହୋଇଥାଏ । ଆଉ ଏହି  ସୋରେଟାଇପର ବାହକ ଏଡିସ ମଶା ହୋଇଥାଏ । ଯାହାକି ମଣିଷକୁ କାମୁଡ଼ିବା ଦ୍ୱାରା ମଶା ଦେହରୁ ମଣିଷ ଶରୀରକୁ ସେରୋଟାଇପ ଟ୍ରାନସଫର ହୋଇଥାଏ । ମଣିଷ ଶରୀରକୁ ସେରୋଟାଇପ ପ୍ରବେଶ କରିବାର ୩-୪ ଦିନ ମଧ୍ୟରେ ଉଷ୍ମାୟନ ବା ଇନକ୍ୟୁବେସନ ହୋଇଥାଏ । ଏହି ସେରୋଟାଇପ ଯୌନ ସମ୍ପର୍କ ଦ୍ୱାରା ଅନ୍ୟ ଏକ ଶରୀରରକୁ ଯାଇଥାଏ ବୋଲି ସ୍ପେନ ଡକ୍ଚର ଏହି କେସ ଅନୁଧ୍ୟାନ କରି କହିଥିବା ବେଳେ ଭାରତୀୟ ଡାକ୍ତରଙ୍କ ମତରେ କେବଳ ମଶା ହିଁ ଦାୟୀ ବୋଲି ଯୁକ୍ତି ବାଢିଥିଲେ । 

ଡେଙ୍ଗୁ ରୋଗର ଲକ୍ଷଣ- ପ୍ରବଳ ଜ୍ୱର ଆସିବା, ହାଡ ଗଣ୍ଠି ବଥା ହେବା, ମାଂସପେଶୀ ବଥା ହେବା । ବର୍ତ୍ତମାନ ଯାଏ ଡେଙ୍ଗୁ ରୋଗର ନିର୍ଦ୍ଧିଷ୍ଟ ଭ୍ୟାକସିନ ବାହାରି ନାହିଁ ।  ମେଡିସିନ ମାଧ୍ୟମରେ କେବଳ ଚିକିତ୍ସା ଚାଲିଛି ।