ଆଜମା ଓ କ୍ୟାନସର ଭଳି ରୋଗକୁ ଦୂରେଇ ରଖିବ କ୍ୟାପସିକମ୍
Advertisement

ଆଜମା ଓ କ୍ୟାନସର ଭଳି ରୋଗକୁ ଦୂରେଇ ରଖିବ କ୍ୟାପସିକମ୍

କ୍ୟାପସିକମ୍ ଖାଆନ୍ତୁ ନିରୋଗ ରୁହନ୍ତୁ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: କ୍ୟାପସିକମ୍ ଆପଣମାନେ ନିଶ୍ଚିତ ଖାଇଥିବେ, ଯାହାକୁ ଆମେ ସିମ୍ଲା ଲଙ୍କା ବୋଲି ଜାଣିଥାଉ । ଏହାର ବ୍ୟବହାର ଆମେ ବିଭିନ୍ନ ଖାଦ୍ୟ ଯଥା, ନୁଡଲ୍ସ, ମଞ୍ଚୁରିୟନ, ପାସ୍ତା ଇତ୍ୟାଦିରେ କରିଥାଉ । ହେଲେ କଣ ଆପଣ ଜାଣିଛନ୍ତି କି କ୍ୟାପସିକମ ଖାଇବା ଦ୍ୱାରା ମୋଟାପଣ ସମସ୍ୟା ଦୂର ହେବା ସହିତ ଓଜନ ମଧ୍ୟ ହ୍ରାସ ପାଇଥାଏ ବୋଲି । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ବିଟା କେରାଟିନ ଭରପୂର ମାତ୍ରାରେ ରହିଥାଏ । ଏହି ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ମୋଟାପଣ ସମସ୍ୟା ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କ୍ୟାପସିକମ୍ ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ବଢ଼ାଇବା ସହିତ ପ୍ରତିରକ୍ଷା ତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ । ଏହାକୁ ଖାଇବା ଯୋଗୁଁ ମସ୍ତିଷ୍କ ବିକାଶ ଖୁବଶୀଘ୍ର ହୋଇଥାଏ । ଏଥିରେ ଥିବା ଭିଟାମିନ ମନରେ ଚାପ ବା ଷ୍ଟ୍ରେସ କମ କରିବା ସହ ଆଜମା ଏବଂ କ୍ୟାନସର ଭଳି ରୋଗରୁ ଦୂରେଇ ରଖିବା ପାଇଁ ସହାୟକ ହୁଏ ।
କ୍ୟାପସିକମ୍ ମୋଟାପଣ ଏବଂ ଓଜନ କମ୍ କରିବାରେ ସହାୟକ ହୋଇଥାଏ । ଏଥିରେ କମ୍ ପରିମାଣର କ୍ୟାଲୋରି ରହିଥାଏ ତେଣୁ ଏହାକୁ ଖାଇଲେ ଓଜନ ବଢ଼ିନଥାଏ । ଏହା ଶରୀରରେ ମେଟାବୋଲିଜିମକୁ ଠିକ୍ ରଖିଥାଏ ।

କ୍ୟାପସିକମ୍ରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଭିଟାମିନ୍ ଏ, ସି, ଫ୍ଲାବୋନାଇଡସ୍ ଏବଂ ଟୋସିନ୍ସ ଭଳି ଭିଟାମିନ ଭରପୂର ମାତ୍ରାରେ ରହିଥାଏ । କ୍ୟାପସିକମ୍ ଆପଣଙ୍କୁ ଅନେକ ହୃଦ୍ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ଏଥିରେ ଥିବା ଫ୍ଲାବୋନାଇଡସ୍ ସଂପୂର୍ଣ୍ଣ ଶରୀରକୁ ଅମ୍ଳଜାନ ଯୋଗାଇଥାଏ । ଯାହା ଫଳରେ ହୃଦସ୍ପନ୍ଦନ ସମୟରେ କୌଣସି ଅସୁବିଧା ହୁଏନାହିଁ ।

କ୍ୟାପସିକମ୍ରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥିବା ଯୋଗୁଁ ଏହା ଶରୀରକୁ ଆଇରନ ଯୋଗାଇଥାଏ । ଏହାକୁ ଖାଇବା ଦ୍ୱାରା ଏନିମିକ ରୋଗ ହୁଏନାହିଁ ।