• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ, ହସ୍ପିଟାଲର ପ୍ରକୃତ ମାଲିକ ପାକିସ୍ତାନୀ

ପାକିସ୍ତାନ ଜେଲରେ ଅଛନ୍ତି କେୟାର ହସ୍ପିଟାଲର ପ୍ରକୃତ ମାଲିକ

କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ, ହସ୍ପିଟାଲର ପ୍ରକୃତ ମାଲିକ ପାକିସ୍ତାନୀ
ସୌଜନ୍ୟ: ସୋସିଆଲ ମିଡିଆ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ । ହସ୍ପିଟାଲ ପ୍ରକୃତ ମାଲିକ ପାକିସ୍ତାନ ନାଗରିକ । ଯିଏକି ଏବେ ପାକିସ୍ତାନ ଜେଲରେ ରହିଛନ୍ତି ବନ୍ଦୀ । ପ୍ରକୃତ ମାଲିକ ପାକିସ୍ତାନ ଜେଲରେ ଥିବା ବେଳେ କିଭଳି ଭାବେ ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗଇ ଦେବା ସହ ଅନୁମତି ଦେଲେ ତାହାକୁ ନେଇ ବିଧାନସଭାରେ ହୋଇଛି ହଟ୍ଟଗୋଳ । ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ଉପନେତା ଏହି ପ୍ରସଙ୍ଗକୁ ଉଠାଇବା ସହ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ ରିପୋର୍ଟ ଗୃହରେ ରଖିବା ପାଇଁ କହିଥିଲେ । ତେବେ ଏ ସଂପର୍କରେ ସରକାରଙ୍କ କହିବା ଅନୁସାରେ ଏଭଳି ଘଟଣା ଯଦି ଥାଏ ତେବେ ତଦନ୍ତ କରାଯିବ । ସେପଟେ କେୟାର ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିବା ସହ ସମସ୍ତ ତଦନ୍ତକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । 

 କେୟାର ହସ୍ପିଟାଲର ପାକିସ୍ତାନ ମାଲିକ । ପାକିସ୍ତାନ ଜେଲରେ ଅଛନ୍ତି କେୟାର ହସ୍ପିଟାଲର ପ୍ରକୃତ ମାଲିକ। କିଡନୀ ଚୋରି ଘଟଣାରେ ପାକିସ୍ତାନ ଜେଲରେ ବନ୍ଦୀ ରହିଛନ୍ତି କେୟାର ହସ୍ପିଟାଲର ମାଲିକ । ହେଲେ ଚଞ୍ଚକତା କରି ଅନ୍ୟ ଜଣେ ଏହି ହସ୍ପିଟାଲକୁ ଚଳାଉଛନ୍ତି । ଏଭଳି ସ୍ଥଳେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେବା ସହ କିଭଳି ହସ୍ପିଟାଲ କରିବା ପାଇଁ ଅନୁମତି ଦେଲେ ତାହାକୁ ନେଇ ବିରୋଧୀଙ୍କ ପ୍ରଶ୍ନ । ଅନ୍ୟପଟେ ହସ୍ପିଟାଲର ଏନଓସି ନ ଥାଇ ପରିଚାଳିତ ବେଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ବିଧାନସଭାର ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାକୁ ନେଇ ସ୍ୱାସ୍ଥ୍ୟବିଭାଗର ଭୂମିକାକୁ ସନ୍ଦେହ ପ୍ରକଟ କରିଥିଲେ । କେଉଁ ପରିସ୍ଥିତିରେ ଜଣେ ପାକିସ୍ତାନ ନାଗରିକଙ୍କ ମାଲିକାନା ସତ୍ତ୍ୱେ ଥିବା ହସ୍ପିଟାଲର ରାଜ୍ୟ ସରକାର ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଲେ ତାହାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ସେପଟେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ନେଇ ଉଭୟ ରାଜ୍ୟ ସରକାର ଓ କେୟାର କର୍ତ୍ତୃପକ୍ଷ ଖୋଲିଛନ୍ତି ମୁହଁ । ଘଟଣାକୁ ନେଇ ରଖିଛନ୍ତି ପ୍ରତିଉତ୍ତର । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ । କହିଛନ୍ତି ତାଙ୍କର ପାକିସ୍ତାନ ସହ କୌଣସି ଲିଙ୍କ ନାହିଁ । ଅନ୍ୟପଟେ ଏନଓସି ନେଇ ହସ୍ପିଟାଲ ପରିଚାଳନା ହେଉଥିବା ନେଇ ସୂଚନା ଦେଇଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ ।