close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ ଚିଦାମ୍ବରମ !

ଆଇଏନଏକ୍ସ ମିଡିଆ ମାମଲା । ଚାର୍ଜସିଟ ଦାଖଲ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ଚିଦାମ୍ବରମ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛି ।

୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ ଚିଦାମ୍ବରମ !
ଆଇଏନଏକ୍ସ ମିଡିଆ ମାମଲାରେ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲା । ଚାର୍ଜସିଟ ଦାଖଲ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ଚିଦାମ୍ବରମ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛି । ସିବିଆଇର ସ୍ପେଶାଲ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ କୁହାଯାଇଛି, ଚିଦାମ୍ବରମ ୨୦୦୮ ମସିହାରେ ଏହି ଲାଞ୍ଚ ନେଇଥିଲେ । 

ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି। ଚିଦାମ୍ବରମ, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଯେଉଁଥିଲେ ଚିଦାମ୍ବରମ ୯।୯୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଦର୍ଶାଯାଇଛି । ସୁପ୍ରିମକୋର୍ଟଙ୍କୁ ସିବିଆଇ କହିଛି, ଏହି ଦୁର୍ନିତି ମାମଲାର ତଦନ୍ତ ଜାରି ରହିଛି । ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜଣାପଡିବ । ସେପଟେ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ସରିଛି । ରାୟ ସଂଗ୍ରକ୍ଷିତ ରଖିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁକ୍ରବାର ଚିଦାମ୍ବରମ କୋର୍ଟରେ ଦର୍ଶାଇଥିଲେ, ଗତ ୪୩ ଦିନ ଜେଲରେ ରହିବା ପରେ ତାଙ୍କର ୫ କିଲୋଗ୍ରାମ ଓଜନ କମିଯାଇଛି । ଏପରିକି ୨ଥର ଦେହ ଅସୁସ୍ଥ ହୋଇଛି । 

ସିବିଆଇର ଏହି ଚାର୍ଜସୀଟରେ ପିଟର ମୁଖାର୍ଜୀ, କୀର୍ତ୍ତି ଚିଦାମ୍ବରମ, ଭାସ୍କର, ପି ଚିଦାମ୍ବରମ, ସିନ୍ଧୁଶ୍ରୀ ଖୁଲ୍ଲର, ଅନୁପ ପୁଜାରୀ, ପ୍ରବୋଧ ସକ୍ସେନା, ଆର ପ୍ରସାଦ, ଆଇଏମକ୍ସ ମିଡିଆ,  ଏଏସସିଏଲ ଓ ସତରଞ୍ଜ ପ୍ରବନ୍ଧନର ନାଁ ରହିଛି ।  ଏହାସହ ଅର୍ଥ ମନ୍ତ୍ରାଳୟର ଚାରି ଜଣ ପୂର୍ବତନ ଅଧିକାରୀଙ୍କ ନାଁ ରହିଛି । 

ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅସୁବିଧା ବଢି ବଢି ଚାଲିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ତାଙ୍କ ହେପାଜତର ସମୟ ସୀମା ବୃଦ୍ଧି କରି ଦେଇଛି । ସେ ଅକ୍ଟୋବର ୨୪ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ରହିବେ । ବର୍ତ୍ତମାନ ତାଙ୍କୁ ଅକ୍ଟୋବର ୨୪ରେ ହିଁ କୋର୍ଟରେ ହାଜର କରାଯିବ । 

ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶ ସମ୍ବନ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ବେଆଇନ ଭାବେ କରାଇଥିଲେ, ଯାହା ପାଇଁ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରାଯାଇଥିଲା । ସେହି ସମୟ ଠାରୁ ସେ ନ୍ୟାୟିକ ହେପାଜତରେ ଅଛନ୍ତି ।