ଘରକୁ ଫେରିବେ କି ପ୍ରବାସୀ ଶ୍ରମିକ, କୋର୍ଟଙ୍କୁ କ'ଣ କହିଲେ କେନ୍ଦ୍ର ସରକାର ?
Advertisement
Article Detail0/zeeodisha/odisha673195

ଘରକୁ ଫେରିବେ କି ପ୍ରବାସୀ ଶ୍ରମିକ, କୋର୍ଟଙ୍କୁ କ'ଣ କହିଲେ କେନ୍ଦ୍ର ସରକାର ?

ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରକୁ ପହଞ୍ଚାଇବା ନେଇ ଯାଚିକା ଉପରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଘରକୁ ଫେରିବେ କି ପ୍ରବାସୀ ଶ୍ରମିକ । ଏବେ ସମଗ୍ର ଦେଶର ୩୭୯୭୮ କ୍ୟାମ୍ପରେ ୧୪ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଦିନ କାଟୁଥିବା ବେଳେ ସେମାନେ କେବେ ଘରକୁ ଫେରିବେ, ସେନେଇ ସସପେନ୍ସ ଜାରି ରହିଛି । ଆଉ ଏସବୁ ଭିତରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରକୁ ପହଞ୍ଚାଇବା ନେଇ ଯାଚିକା ଉପରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । 

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଏହି ଷ୍ଟାଟସ ରିପୋର୍ଟରେ କୁହାଯାଇଛି, ଲକଡାଉନ୍ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ଉଚିତ ନୁହେଁ । କାହିଁକିନା ଏପରି କଲେ, ସଂକ୍ରମଣର ଆଶଙ୍କା ରହିଛି । ଏବେ କୋରୋନା କବଳରୁ ଗାଁ ଗୁଡ଼ିକ ମୁକ୍ତ ରହିଛି । ମାତ୍ର ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରିଲେ, ସଂକ୍ରମଣର ଆଶଙ୍କା ବଢ଼ିଯିବ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ କୋରୋନା କାୟାବିସ୍ତାର କରିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନଜିଓ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ସହାୟତା କରୁଛନ୍ତି । କେବଳ ଏତିକି ନୁହେଁ, ସେମାନଙ୍କୁ ପରିବାର ଲୋକଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସରକାର ।  

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଏବେ ପ୍ରବାସୀ ଶ୍ରମିକଙ୍କ ପାଇଁ ୩୭୯୭୮ ରିଲିଫ କ୍ୟାମ୍ପର ବ୍ୟବସ୍ଥା ହୋଇଛି । ଏଥିରେ ୧୪.୩ ଲକ୍ଷ ଲୋକ ରହୁଛନ୍ତି । ସେହିପରି ୨୬୨୨୫ଟି ଫୁଡ କ୍ୟାମ୍ପର ବ୍ୟବସ୍ଥା ରହିଛି । ୧.୩୪ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଏଠି ପ୍ରତ୍ୟେକ ଦିନ ଖାଇବା ବ୍ୟବସ୍ଥା କରାଯାଉଛି । 

;