ସରକାରୀ ଚାକିରିଆଙ୍କୁ ମିଳିବ ହୋଲି ବୋନସ...

ଆଗକୁ ଆସୁଛି ହୋଲି। ଏଥିପାଇଁ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ମୋଦି ସରକାର(Narendra Modi Government)। ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଯାଉଛନ୍ତି। 

ସରକାରୀ ଚାକିରିଆଙ୍କୁ ମିଳିବ ହୋଲି ବୋନସ...

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି। ଏଥିପାଇଁ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ମୋଦି ସରକାର(Narendra Modi Government)। ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଯାଉଛନ୍ତି। 

ଆସନ୍ତା ହୋଲି ଠାରୁ ସରକାରୀ କର୍ମଚାରୀମାନେ ଉଭୟ ନୂଆ ଏବଂ ପୁରୁଣା ପେନସନ ସିଷ୍ଟମରେ ଟଙ୍କା ଉଠାଇ ପାରିବେ। କିନ୍ତୁ ଏହାର ଫାଇଦା କେବଳ ସେହିମାନେ ନେଇ ପାରିବେ ଯେଉଁମାନେ କେନ୍ଦ୍ର ସରକାରଙ୍କ ଅଧିନରେ ୧ ଜାନୁଆରୀ, ୨୦୦୪ କିମ୍ବା ତାହା ପୂର୍ବରୁ ଚାକିରିରେ ଯୋଗଦାନ କରିଥିବେ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଚାକିରି କରୁଥିବା ଚାକିରିଆମାନେ ଜାତୀୟ ପେନସନ ସିଷ୍ଟମ ବ୍ୟତୀତ ସେଣ୍ଟ୍ରାଲ ସିଭିଲ ସର୍ଭିସେସ ରୁଲ ୧୯୭୨ ଅନୁଯାୟୀ ମଧ୍ୟ ପେନସନ ଉଠାଇ ପାରିବେ।

ସେହିପରି କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରୁଥିବେ। ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କି, କର୍ମଚାରୀମାନେ ନୂଆ କିମ୍ବା ପୁରୁଣା ପେନସନ ବ୍ୟବସ୍ଥା ଅନୁଯାୟୀ ପେନସନ ଉଠାଇପାରିବେ। ସୂଚନାଯୋଗ୍ୟ ପୁରୁଣା ନିୟମ ଅନୁଯାୟୀ ପେନସନ ଉଠାଇବା ପ୍ରକ୍ରିୟା ବେଶ ଲମ୍ବା। ତେବେ ଏଥିରେ କୋହଳ କରିବା ପାଇଁ ଏହି ନୂଆ ନିୟମକୁ ଆପଣା ଯାଇଛି। ତେବେ ସରକାରୀ କର୍ମଚାରୀମାନେ କେଉଁ ନିୟମ ମାଧ୍ୟମରେ ପେନସନ ନେବେ ସେଥିପାଇଁ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଜଣାଇବାକୁ ସରକାର ପକ୍ଷରୁ ସୂଚନା ରହିଛି। 

Tags: