)
ନୂଆଦିଲ୍ଲୀ: କୋରୋନାକୁ ମାତ୍ ଦେବା ପାଇଁ ଦେଶରେ ଲକଡାଉନ୍ ଜାରି ରହିଛି । ତେବେ ଗତ ସପ୍ତାହରୁ ବିଭିନ୍ନ ମନ୍ତ୍ରଣାଳୟ ଖୋଲିଛି । କେବଳ ମନ୍ତ୍ରାଳୟ କାହିଁକି ତାର କ୍ୟାଣ୍ଟିନ ଗୁଡ଼ିକ ମଧ୍ୟ ଖୋଲିଛି । ତେବେ କ୍ୟାଣ୍ଟିନରେ କୋରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ କ୍ୟାଣ୍ଟିନ ଗୁଡ଼ିକ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଯଦିଓ କ୍ୟାଣ୍ଟିନ ଖୋଲା ରହିବ, ତେବେ ବନ୍ଦ ରହିବ କ୍ୟାଣ୍ଟିନ ।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ ବିଜ୍ଞପ୍ତିରେ କୁହାଯାଇଛି, ସମସ୍ତ ମନ୍ତ୍ରଣାଳୟ ଓ ଅଫିସର କ୍ୟାଣ୍ଟିନ ଗୁଡ଼ିକ ବନ୍ଦ ରହୁ । କାହିଁକିନା କ୍ୟାଣ୍ଟିନ ଗୁଡ଼ିକରେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ କ୍ୟାଣ୍ଟିନ ବନ୍ଦ କରିବାକୁ କହିଛନ୍ତି କେନ୍ଦ୍ର ସରକାର ।