• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।
  • ବରିଷ୍ଠ ଟେଲି ଅଭିନେତା ରବି ମିଶ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଭଦ୍ରକରେ କେନ୍ଦ୍ରୀୟ ଟିମ, କରିବେ 'ବୁଲବୁଲ' ସମୀକ୍ଷା

ବୁଲବୁଲ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲୀ ଘୋଷ ରାୟଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । 

ଭଦ୍ରକରେ କେନ୍ଦ୍ରୀୟ ଟିମ, କରିବେ 'ବୁଲବୁଲ' ସମୀକ୍ଷା
ଫାଇଲ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ବୁଲବୁଲ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲୀ ଘୋଷ ରାୟଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । 

ଆଜି ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଭଦ୍ରକ ଗସ୍ତ କରିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଏହି ଟିମରେ ଶକ୍ତି ବିଭାଗର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଙ୍ଘଲ ଅଛନ୍ତି । ଏହା ବ୍ୟତୀତ ଦୀନା ନାଥ, ଗ୍ରାମୀଣ ବିକାଶ ବିଭାଗର ଡେପୁଟୀ ସେକ୍ରେଟାରୀ ଏସଏସ ମୋଦି, ସିଡ୍ଲ୍ୟୁସି ବିଭାଗର ସୁପରିଣ୍ଟେଣ୍ଡେଟ୍ ଇଂଜିନିୟର ଅମରିଶ ପାଲ୍ ସିଂ, କେନ୍ଦ୍ର କୃଷି ବିଭାଗର ନିର୍ଦ୍ଦେଶକ ବିରେନ୍ଦ୍ର ସିଂ, ସଡକ ପରିବହନ ବିଭାଗର ସୁନୀଲ କୁମାର ରହିଛନ୍ତି । 

ଆଜି ଏମାନେ ଭଦ୍ରକର ଧାମରାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳୁ କେନ୍ଦ୍ରୀୟ ଟିମ ୨ଭାଗରେ ବିଭକ୍ତ ହୋଇ ହେଲିକପ୍ଟରରେ କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରିବେ । ପ୍ରଥମେ ଭଦ୍ରକ, ପରେ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂପୁର ଏବଂ ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । 
ପରିଦର୍ଶନ ପରେ ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ୱର ଭେରିବେ । ଏହା ପରେ ସନ୍ଧ୍ୟା ସାଢେ ୫ଟାରେ ରାଜ୍ୟ ସରକାରଙ୍କ ସହିତ କ୍ଷୟକ୍ଷତି ବାବଦରେ ଆଲୋଚନା କରିବେ । 

ବାତ୍ୟା ବୁଲବୁଲ ପ୍ରଭାବରେ ଓଡିଶାର ୬ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେଥି ମଧ୍ୟରୁ ୪ଟି ଜିଲ୍ଲା ସର୍ବାଧିକ କ୍ଷତି ହୋଇଥିଲା । ବିଶେଷ କରି ଚାଷ ଜମି, ବିଜୁଳି ଖୁଣ୍ଟି, ଗଛ, କଚା ଘର ଆଦି ମାତ୍ରାଧିକ ପ୍ରଭାବିତ ହୋଇଛି ।