Advertisement
Article Detail0/zeeodisha/odisha669021
Zee OdishaOther News୨୦ ଏପ୍ରିଲ ପରେ ଏହି ସବୁ ସେବା ମଧ୍ୟ ହୋଇପାରେ ଆରମ୍ଭ...

୨୦ ଏପ୍ରିଲ ପରେ ଏହି ସବୁ ସେବା ମଧ୍ୟ ହୋଇପାରେ ଆରମ୍ଭ...

ସେହିପରି ନଡ଼ିଆ, ମସଲା, ବାଉଁସ ଏବଂ ଅନୁସୂଚିତ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ପ୍ରଭାବ ନଥିବା କ୍ଷେତ୍ରରେ ଲକଡାଉନ୍ କଟକଣା କିଛି ମାତ୍ରାରେ କୋହଳ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ ଯେଉଁସବୁ ସେବାରେ କଟକଣା କୋହଳ କରିବାକୁ କୁହାଯାଇଥିଲା, ସେଥିରେ ଅନ୍ୟକିଛି ସେବା ମଧ୍ୟ ଯୋଡ଼ା ଯାଇଛି । ଯେଉଁ ଅଞ୍ଚଳରେ କୋରୋନା ପ୍ରଭାବ ନଥିବ, ସେହି ଅଞ୍ଚଳରେ ଅନ୍ୟ କିଛି ସେବା ମଧ୍ୟ ଆରମ୍ଭ ହୋଇପାରେ । ଏହି ସେବାଗୁଡ଼ିକ ମଧ୍ୟରେ ରହିଛି, ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କର୍ପୋରେଶନ ଏବଂ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ । ଏମାନେ ନିଜ ନିଜ ସେବା ଆରମ୍ଭ ଆରମ୍ଭ କରିପାରିବେ । 

ସେହିପରି ନଡ଼ିଆ, ମସଲା, ବାଉଁସ ଏବଂ ଅନୁସୂଚିତ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଗୃହ ମନ୍ତ୍ରାଳୟର ଏକ ଅଧିସୂଚନା ଅନୁସାରେ, ଗ୍ରାମୀଣ କ୍ଷେତ୍ରରେ ଜଳ ଯୋଗାଣ, ପରିମଳ କାର୍ଯ୍ୟ, ବିଦ୍ୟୁତ ଲାଇନ, ଟେଲିକମ ଏବଂ କେବୁଲ ଲଗାଇବାକୁ ଅନୁମତି ଦିଆଯିବ । ଏମାନେ ନିଜ ନିଜ କାମ ଆରମ୍ଭ କରିପାରିବେ । 

ଏଠାରେ କହିରଖୁଛୁ, ଗତକାଲି ସରକାର ଅନ୍ୟ କିଛି ଜିନିଷ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ମୋବାଇଲ ଫୋନ, ଟିଭି, ଫ୍ରିଜ୍, ଲ୍ୟାପଟପ, ପୋଷାକପତ୍ର, ଗ୍ରୋସରି, ଔଷଧ ଇତ୍ୟାଦି ଜିନିଷ ଇ-କମର୍ସ ପ୍ଲାଟଫର୍ମରୁ ଉବଲବ୍ଧ କରାଯାଇପାରେ । 

Add Zee News as a Preferred Source
About the Author