ବିଭାଗର ନବକଳେବର କରିବାକୁ ରେଳବାଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ |
Trending Photos
)
ନୂଆଦିଲ୍ଲୀ: ନିଜକୁ ପରିବର୍ତ୍ତନ କରିବା ପାଇଁ ରେଳବାଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ | ଯେଉଁଥିରେ ଅନେକ ବଡ ଧରଣର ପରିବର୍ତ୍ତନ ସାମିଲ ରହିଛି | ଟ୍ରେନ ଭିତରେ ଟିଟିଇଙ୍କ ବଦଳରେ ରେଳବାଇ ପୋଲିସ କରିବା ଟିକେଟ ଯାଞ୍ଚ | ଏପରି କିଛି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଯୋଜନାରେ ରହିଛି ଭାରତୀୟ ରେଳବାଇ |
ଏନେଇ ଜଣେ ରେଳବାଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ବିଭାଗୀୟ କର୍ମଚାରୀଙ୍କୁ ମଲ୍ଟିଟାସ୍କିଂ କରିବା ଯୋଜନାରେ ରହିଛି ରେଳବାଇ | ଏନେଇ ଅନେକ ପ୍ରସ୍ତାବ ଆସିଛି | ଯେଉଁଥିରେ କୁହାଯାଇଛି ରେଳବାଇ ସୁରକ୍ଷା ବଳ(ଆରପିଏଫ) କିମ୍ବା ଟେକ୍ନିସିଆନ ଏଣିକି ଟିକେଟ ଯାଞ୍ଚ କରିବ | ଏହା ସହିତ ରେଳବାଇର ବିଭିନ୍ନ ଜୋନରୁ ମିଳିଥିବା ମତାମତ ଅନୁସାରେ ଷ୍ଟେସନ ମାଷ୍ଟର ନିଜ କାମ ବ୍ୟତୀତ ସିଗିନାଲ ମେଣ୍ଟେନର କାମ କରିବେ |
ଗତ ବର୍ଷ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ରେଳାବାଇ ପକ୍ଷରୁ ୮ଟି ବିଭାଗୀୟ ସେବାକୁ 'ଭାରତୀୟ ରେଳବାଇ ପ୍ରବନ୍ଧନ ସେବା' ମାଧ୍ୟମରେ ଗୋଟିଏ କେନ୍ଦ୍ରୀୟ ସେବା ମାଧ୍ୟମରେ ଏକାଠି କରିବାକୁ ଉପରେ କାର୍ଯ୍ୟ କରୁଛି | ରେଳବାଇରେ ବିମାନବନ୍ଦର ଭଳି ବ୍ୟବସ୍ଥା ଲାଗୁ କରାଯିବା ଉଚିତ ବୋଲି ଏକ ପ୍ରସ୍ତାବ ଆସିଛି | ଟିକଟେ ସଂରକ୍ଷଣକୁ(ticket reservation) କାଗଜ ବିହୀନ କରିବାକୁ ପ୍ରସ୍ତାବ ମିଳିଛି | ଏଣିକି ଯାତ୍ରୀଙ୍କ ମୋବାଇଲ୍ କିମ୍ବା ଇମେଲରେ ଟିକେଟ୍ ପଠାଯିବ |
ଯାହା ଫଳରେ ଯାତ୍ରୀ ନିଜ ଟିକେଟ ପ୍ରିଣ୍ଟ କରିବାକୁ ସକ୍ଷମ ହେବେ | ଅର୍ଥାତ ରେଳବାଇ କାଗଜର ସଂରକ୍ଷିତ ଟିକଟ ଦେବ ନାହିଁ | ଏହି ପ୍ରସ୍ତାବରେ ଆକାଉଣ୍ଟ୍ସ, କମର୍ସିଆଲ, ଇଲେକଟ୍ରିକାଲ, ମେକାନିକାଲ, ଇଞ୍ଜିନିୟରିଂ, ମେଡ଼ିକାଲ, ପର୍ସନାଲ, ଅପରେଟିଂ, ଷ୍ଟୋର, ସିଗନାଲ୍ ଏବଂ ଟେଲି କମ୍ୟୁନିକେସନ ସମେତ ଅନ୍ୟାନ୍ୟ ପଦବୀର ମିଶ୍ରଣ ଅନ୍ତର୍ଭୂକ୍ତ ରହିଛି |
ରେଳବାଇର ଏହି ପ୍ରସ୍ତାବ ଏହାର କର୍ମଟାରୀଙ୍କୁ ଅଧିକ କାର୍ଯ୍ୟକ୍ଷମ କରାଇବାର ଏକ ଅଂଶ | ଏଥିପାଇଁ ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କୁ ଏକ ନୂତନ ଭୂମିକାକୁ ସମ୍ଭାଳିବା ପୂର୍ବରୁ ମଲ୍ଚି ଟାସ୍କିଂ ପ୍ରଶିକ୍ଷଣ ଦିଆଯିବ | ଅନେକ ରେଳବାଇ ଜୋନ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଏପରି କିଛି କାର୍ଯ୍ୟକୁ ବାଦ ଦେବା ଦରକାର ଯାହା ବିଭାଗର ମୂଳ କାମ ନୁହେଁ | ଉଦାହରଣ ସ୍ୱରୂପ ସଫେଇ କର୍ମଚାରୀ ଏବଂ ଷ୍ଟେସନ ବିଲ୍ଡିଂର ରକ୍ଷଣାବେକ୍ଷଣ |