ଏମିତି ହୋଇଥିଲା ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟର ଆରମ୍ଭ
Advertisement
Article Detail0/zeeodisha/odisha590325

ଏମିତି ହୋଇଥିଲା ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟର ଆରମ୍ଭ

ଓଡିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ। ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ । 

  • ଓଡିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି
  • ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ
  • ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ। ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ
  •  ଏପରି ଏକ ଲୋକନୃତ୍ୟ  ଛଉ ଯାହା ସାରା ଦୁନିଆରେ ପ୍ରସିଦ୍ଧି ଓ ମାନ୍ୟତା ପ୍ରାପ୍ତ କରିଛି
  •  ସୁନ୍ଦରତା ଓ କଳାର ଚମତ୍କାରିତା ପାଇଁ ଏହି ନୃତ୍ୟ ବିଶ୍ୱ ପ୍ରସିଦ୍ଧ ଅଟେ 

Trending Photos

ଏମିତି ହୋଇଥିଲା ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟର ଆରମ୍ଭ

ମୟୂରଭଞ୍ଜ​: ଓଡିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ। ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ । ଏପରି ଏକ ଲୋକନୃତ୍ୟ  ଛଉ ଯାହା ସାରା ଦୁନିଆରେ ପ୍ରସିଦ୍ଧି ଓ ମାନ୍ୟତା ପ୍ରାପ୍ତ କରିଛି । ସୁନ୍ଦରତା ଓ କଳାର ଚମତ୍କାରିତା ପାଇଁ ଏହି ନୃତ୍ୟ ବିଶ୍ୱ ପ୍ରସିଦ୍ଧ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଲୋକନୃତ୍ୟ ଜନ୍ମ ପଛରେ ଥିବା କାହାଣୀ ସମ୍ପର୍କରେ ।
  
fallback

ଛଉ ନୃତ୍ୟ ଭାରତର ଏକ ସେମି କ୍ଲାସିକାଲ ଡ୍ୟାନ୍ସ । ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ 'ଛଉ' ଶବ୍ଦ ଓଡ଼ିଆ ଶବ୍ଦ 'ଛାଉଣି'ରୁ ଆସିଛି, ଯାହାର ଅର୍ଥ ହେଉଛି  ସେନା ଛାଉଣି । ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧକଳାରୁ ଜନ୍ମ ନେଇଛି ।  ତେବେ ଏହାକୁ ନେଇ ଆହୁରି ଅନେକ ମତ ରହିଛି । କେହି କେହି ଏହା 'ଛଉଶ୍ରୀ' ଶବ୍ଦରୁ ଆସିଥିବା କୁହନ୍ତି ।  
ଝାଡ଼ଖଣ୍ଡର ଷଢ଼େଇକଳା, ପଶ୍ଚିମବଙ୍ଗର ପୁରୁଲିଆ ଏବଂ ଓଡ଼ିଶାର ମୟୂରଭଞ୍ଜରେ ଏହି ଲୋକନୃତ୍ୟ  ଦେଖିବାକୁ ମିଳିଥାଏ । ତେବେ ଷଢ଼େଇକଳା ଓ ପୁରଲିଆରେ ଛଉ ନୃତ୍ୟ ମୁଖା ଲଗାଇ କରାଯାଇଥାଏ । କିନ୍ତୁ ମୟୂରଭଞ୍ଜ ଛଉ ନୃତ୍ୟରେ ମୁଖା ବ୍ୟବହାର ହୋଇ ନ ଥାଏ । କିମ୍ବଦନ୍ତୀ ଅନୁସାରେ ୧୮୦୦ ଶତାବ୍ଦୀରୁ ଏହି ପରମ୍ପରା ବଜାୟ ରହିଛି । ତେବେ ଏହା ପଛରେ ଆଉ ଏକ ସୁନ୍ଦର କାହାଣୀ ରହିଛି । 
ରାଜା ଯୁଦ୍ଧ ପାଇଁ ଯିବା ସମୟରେ ବିଭିନ୍ନ ସମରାଭ୍ୟାସ କରାଯାଉଥିଲା । ରାତ୍ରି ଯାପନ ସମୟରେ ସୈନ୍ୟମାନେ ନୃତ୍ୟ ମାଧ୍ୟମରେ ଯୁଦ୍ଧ ଅଭ୍ୟାସ କରୁଥିଲେ । ତେବେ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ସମୟରେ ଛଉ, ନୃତ୍ୟ ନାଟିକା ମାଧ୍ୟମରେ ପରିବେଷଣ କରାଯାଉଥିଲା । କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ଏହା ନୃତ୍ୟ ନାଟିକାରୁ ନୃତ୍ୟ ମାଧ୍ୟମରେ ପରିବେଷଣ କରାଗଲା । ଏହି ସମୟରେ ୨ ଜଣ ଛଉ ଗୁରୁ ନୃତ୍ୟ ଶିକ୍ଷା ପ୍ରଦାନ କରୁଥିଲେ । ଛଉ ନୃତ୍ୟକୁ ପାରମ୍ପରିକ ଭାବେ ଉତ୍ତରସାହି ଏବଂ ଦକ୍ଷିଣସାହି ଭାବରେ ବିଭକ୍ତ କରାଯାଇଛି।  ସେତେବେଳେ ଏହି ଦୁଇ ପାରମ୍ପରିକ ପ୍ରତିଯୋଗୀ ଦଳ ପାଇଁ ଗୁରୁ ଉପେନ୍ଦ୍ର ବିଶ୍ୱାଳ ଏବଂ ଗୁରୁ ବନମାଳୀ ଦାସ ଶିକ୍ଷା ପ୍ରଦାନ କରୁଥିଲେ । ସେତେବେଳର ସମରକଳାକୁ ଛଉନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇ ଲୋକଙ୍କର ମନୋରଞ୍ଜନ କରା ଯାଉଥିଲା । ପରେ ପରେ ତାହା ଆଧୁନିକତାର ଛାପ ପାଇବା ସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ଲୋକାଭିମୁଖୀ ହୋଇଥିଲା । ଧୀରେ ଧୀରେ ଏହି ନୃତ୍ୟ ସୋଲୋ, ଡୁଏଟ୍ ଏବଂ ଗ୍ରୁପ୍ ଡ୍ୟାନ୍ସରେ ପରିବର୍ତ୍ତନ ହୋଇଥିଲା ।

;