ଚାଓ୍ୱଲାଙ୍କ ସଟ, ଚକିତ ଚାମ୍ପିଅନ
Advertisement

ଚାଓ୍ୱଲାଙ୍କ ସଟ, ଚକିତ ଚାମ୍ପିଅନ

ଚେନ୍ନାଇ ସୁପର କିଙ୍ଗସର ଅଭ୍ୟାସ ଆରମ୍ଭ

ଚାଓ୍ୱଲାଙ୍କ ସଟ, ଚକିତ ଚାମ୍ପିଅନ

ନୂଆଦିଲ୍ଲୀ: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗର ତ୍ରୟୋଦଶତମ ସଂସ୍କରଣ। ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ। ତେବେ ଏଥିପାଇଁ ଉଭୟ ଦଳ ଅଭ୍ୟାସ ଆମ୍ଭ କରିଦେଇଛନ୍ତି। 

ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାହାର ହୋମ ଗ୍ରାଉଣ୍ଡରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି। ଅଭ୍ୟାସ ଶିବିରରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଯୋଗ ଦେଇଛନ୍ତି। ଦୀର୍ଘ ୯ ମାସ ପରେ ଧୋନୀଙ୍କୁ ପୁଣି ଥରେ କ୍ରିକେଟ ମୈଦାନରେ ଦେଖିବାକୁ ମିଳିବ। 

ଚେନ୍ନାଇରେ ସୁରେଶ ରାଇନା ଏବଂ ଅମ୍ବାତି ରାୟୁଡୁ ମଧ୍ୟ ଟ୍ରେନିଂ ଆରମ୍ଭ କରିଛନ୍ତି। ମଙ୍ଗଳବାର ରାତିରେ ପୀୟୁଷ ଚାୱଲା ଦଳ ସହ ଅଭ୍ୟାସ କରିଥିଲେ। ବୋଲିଂ ବ୍ୟତୀତ ସେ ବ୍ୟାଟିଂ ଅଭ୍ୟାସ ମଧ୍ୟ କରିଥିଲେ। ଏହି ସମୟରେ ପିୟୁଷ ଚାଓ୍ୱାଲାଙ୍କ ସଟ ଦେଖି ବେଶ ଚକିତ ରହିଯାଇଥିଲେ ଧୋନୀ ଓ ରାଇନା। 

ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଟ୍ୱିଟର ପୃଷ୍ଠାରୁ ଏହି ଫଟୋ ସେୟାର କରାଯାଇଛି। ଏହାର କ୍ୟାପସନ୍ ହେଉଛି, 'ଯେତେବେଳେ ପିସି (Piyush Chawla)କିଛି ଝରକା ଭାଙ୍ଗନ୍ତି...' | ସୂଚନା ଯୋଗ୍ୟ ୨୦୧୯ ମସିହା ବିଶ୍ୱକପ ପରଠାରୁ ହିଁ ଧୋନୀ କ୍ରିକେଟରୁ ଦୁରେଇ ରହିଥିଲେ। ତେବେ ଆଇପିଏଲରୁ ଦୀର୍ଘ ନ  ମାସ ପରେ ହିଁ କ୍ରିକେଟ ମୈଦାନରେ ଦେଖିବାକୁ ମିଳିବ।