କୋରୋନା ନ ଥମୁଣୁ ରାଜନୀତି ଆରମ୍ଭ
Trending Photos
)
ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ଆଉ ଏହି ସମୟରେ କିଛି ହୀନମାନସିକ ସମ୍ପନ୍ନ କିଛି ରାଜନୈତିକ ବ୍ୟକ୍ତିତ୍ୱ ହୀନ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବାପା ନନ୍ଦକୁମାର ବଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଶ୍ରୀ ବଘେଲ କେବଳ ମୋଦିଙ୍କ ଉପରେ ନୁହେଁ, ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ବିରୋଧରେ ମଧ୍ୟ ଟିପ୍ପଣୀ କରିଛନ୍ତି।
ଶ୍ରୀ ବଘେଲ କହିଛନ୍ତି କି, ମୋଦି ମର୍ଯ୍ୟାଦାପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ଠାରୁ ମଧ୍ୟ ବେଶି ଘାତକ। ରାମଙ୍କ ଠାରୁ ମୋଦି ଅଧିକ ଦୁଷ୍ଟ। ଶ୍ରୀ ବଘେଲ ଏନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ତାହାକୁ ଡିଲିଟ କରିଦେଇଥିବା ଜଣାପଡ଼ିଛି। ସେହି ପୋଷ୍ଟକୁ ଜଣେ ସାମ୍ବାଦିକ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ତେବେ ନନ୍ଦ କୁମାର କରିଥିବା ପୋଷ୍ଟରେ ଲେଖିଥିଲେ କି, ଆମେ ଲକଡାଉନକୁ ନିଶ୍ଚିତ ଭାଙ୍ଗିବୁ।
ସେ ଆହୁରି ମଧ୍ୟ କହିଛନ୍ତି କି, ସେ ରାଷ୍ଟ୍ରୀୟ ମତଦାତା ଜାଗୃତି ମଞ୍ଚ ଓ କଲ୍ୟାଣ ସମିତିର ଅଧ୍ୟକ୍ଷ ଭାବେ ପରିଚିତ କୁହାଯାଇଛି। ଏଥିରେ ଦାବି କରାଯାଇଛି ଯେ, 'ମୋଦି କୋରୋନା' ସହିତ ଲଢିବାକୁ ହେଲେ ଆମକୁ ଗାନ୍ଧୀ ଓ ବୁଦ୍ଧଙ୍କ ପଥକୁ ଅନୁସରଣ କରିବାକୁ ହେବ। ଏହି କ୍ରମରେ ଛତିଶଗଡ଼ର ୧୩ଟି ସ୍ଥାନରେ ଲକଡାଉନକୁ ଭଙ୍ଗାଯିବ ବୋଲି ସେ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ବୁଦ୍ଧଙ୍କ ପଞ୍ଚଶୀଳା ଓ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ଏକ ଆନ୍ଦୋଳନ ସୃଷ୍ଟି କରାଯିବ ବୋଲି ବଘେଲ କହିଛନ୍ତି। ଏହି ଫେସବୁକ ପୋଷ୍ଟ ସମ୍ପର୍କରେ ସମିତି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୂଚନା ଦେଇଥିବା ଜଣାପଡ଼ିଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ନନ୍ଦ କୁମାର ବଘେଲ କି ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ଭୁପେଶ ବଘେଲଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।