close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଦାମ୍ବରମ

ଆଇଏନଏକ୍ସ ମିଡିଆ ମାମଲାରେ ଖାଣ୍ଟି ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ । ସିବିଆଇ ଚାଳାଇଥିବା ମାମଲାରେ ସିନା ବେଲ୍ ମିଳିଛି, ହେଲେ ଇଡି ମାମଲା ଏବେ ବି ବାକି ଅଛି ।

ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଦାମ୍ବରମ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଖାଣ୍ଟି ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ । ସିବିଆଇ ଚାଳାଇଥିବା ମାମଲାରେ ସିନା ବେଲ୍ ମିଳିଛି, ହେଲେ ଇଡି ମାମଲା ଏବେ ବି ବାକି ଅଛି । ଏବେ ଇଡି ହେପାଜତରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ ।  ଆଉ ଏହା ଦିନକ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ଚିଦାମ୍ବରମ । 

ଗତକାଲି ଅର୍ଥାତ ମଙ୍ଗଳବାର ତାଙ୍କୁ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ଜାମିନ ମିଳିଥିଲା । ଦେଶର ସର୍ବୋଚ୍ଚ ନ୍ୟାୟଳୟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ହେଲେ ଇଡି ହେପାଜତରେ ଥିବାରୁ  ତିହାର ଜେଲରୁ ବାହାରିପାରି ନାହାଁନ୍ତି ଚିଦାମ୍ବରମ । ଆସନ୍ତାକାଲି ଚିଦାମ୍ବରମଙ୍କ ହେପାଜତ ଅବଧି ସରୁଛି । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ତାଙ୍କୁ ଆଉ ୭ ଦିନ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ଅନ୍ୟପଟେ ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ହୋଇପାରେ । 

କହିରଖୁଛୁ, ଶୁକ୍ରବାର ଆଇଏନଏକ୍ସ ମିଡିଆ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ଚିଦାମ୍ବରମ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲା । ସିବିଆଇର ସ୍ପେଶାଲ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ କୁହାଯାଇଥିଲା, ଚିଦାମ୍ବରମ ୨୦୦୮ ମସିହାରେ ଏହି ଲାଞ୍ଚ ନେଇଥିଲେ । 

ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିଲେ ଚିଦାମ୍ବରମ ୯।୯୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଦର୍ଶାଯାଇଛି । ସୁପ୍ରିମକୋର୍ଟଙ୍କୁ ସିବିଆଇ କହିଥିଲା, ଏହି ଦୁର୍ନିତି ମାମଲାର ତଦନ୍ତ ଜାରି ରହିଛି । ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜଣାପଡିବ । ସେହିପରି ଚିଦାମ୍ବରମ କୋର୍ଟରେ ଦର୍ଶାଇଥିଲେ, ଗତ ୪୩ ଦିନ ଜେଲରେ ରହିବା ପରେ ତାଙ୍କର ୫ କିଲୋଗ୍ରାମ ଓଜନ କମିଯାଇଛି । ଏପରିକି ୨ଥର ଦେହ ଅସୁସ୍ଥ ହୋଇଛି । 

ମଙ୍ଗଳବାର ସିବିଆଇ ମାମଲାରେ ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ହେଲେ ହେଲେ ଜେଲରୁ ବାହାରିବା ପାଇଁ ହେଲେ ତାଙ୍କୁ ଇଡି ମାମଲାରେ ମଧ୍ୟ ଜାମିନ ମିଳିବା ଆବଶ୍ୟକ । 

ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶ ସମ୍ବନ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ବେଆଇନ ଭାବେ କରାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅଗଷ୍ଟ ୨୧ରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ସେହି ସମୟ ଠାରୁ ନ୍ୟାୟିକ ହେପାଜତରେ ଅଛନ୍ତି ଚିଦାମ୍ବରମ ।