ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ଆରଟିଆଇ ପରିସରଭୁକ୍ତ ହେବ ସିଜେଆଇ ଅଫିସ
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରଧାନ ବିଚାରପତିଙ୍କ ଅଫିସ ସୂଚନା ଅଧିକାର(ଆରଟିଆଇ) ପରିସରଭୁକ୍ତ ହେବ । ଅବଶ୍ୟ କିଛି ସର୍ତ୍ତ ସହ ପ୍ରଧାନ ବିଚାରପତିଙ୍କ ଅଫିସକୁ ଆରଟିଆଇ ପରିସରଭୁକ୍ତ କରାଯାଇଛି । ସର୍ବୋଚ୍ଚ କୋର୍ଟର ୫ ଜଣିଆ ବିଚାରପତିଙ୍କ ପୀଠ ଏହି ରାୟ ପ୍ରଦାନ କରିଛନ୍ତି । ରାୟରେ କୁହାଯାଇଛି ଯେ, ପ୍ରଧାନ ବିଚାରପତିଙ୍କ ଅଫିସ ଏକ ପବ୍ଲିକ ଅଥୋରିଟି, ତେଣୁ ଏହାକୁ ଆରଟିଆଇ ପରିସରଭୁକ୍ତ କରାଯାଇଛି । ଅନ୍ୟପେକ୍ଷେ ଏହାସହ ଅଫିର ଗୋପନୀୟତାକୁ ବଜାୟ ରଖାଯିବ ।
- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
- ଆରଟିଆଇ ପରିସରଭୁକ୍ତ ହେବ ସିଜେଆଇ ଅଫିସ
- ୫ ବିଚାରପତିଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିଛି
Trending Photos

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରଧାନ ବିଚାରପତିଙ୍କ ଅଫିସ ସୂଚନା ଅଧିକାର(ଆରଟିଆଇ) ପରିସରଭୁକ୍ତ ହେବ । ଅବଶ୍ୟ କିଛି ସର୍ତ୍ତ ସହ ପ୍ରଧାନ ବିଚାରପତିଙ୍କ ଅଫିସକୁ ଆରଟିଆଇ ପରିସରଭୁକ୍ତ କରାଯାଇଛି । ସର୍ବୋଚ୍ଚ କୋର୍ଟର ୫ ଜଣିଆ ବିଚାରପତିଙ୍କ ପୀଠ ଏହି ରାୟ ପ୍ରଦାନ କରିଛନ୍ତି । ରାୟରେ କୁହାଯାଇଛି ଯେ, ପ୍ରଧାନ ବିଚାରପତିଙ୍କ ଅଫିସ ଏକ ପବ୍ଲିକ ଅଥୋରିଟି, ତେଣୁ ଏହାକୁ ଆରଟିଆଇ ପରିସରଭୁକ୍ତ କରାଯାଇଛି । ଅନ୍ୟପେକ୍ଷେ ଏହାସହ ଅଫିର ଗୋପନୀୟତାକୁ ବଜାୟ ରଖାଯିବ ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଜେ. ଖାନ୍ନା, ବିଚାରପତି ଗୁପ୍ତା, ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଓ ବିଚାରପତି ରମ୍ମନା ବାଲୀଙ୍କ ପୀଠ ଗୁରୁବାର ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ସମ୍ୱିଧାନର ଧାରା ୧୨୪ ଅନ୍ତର୍ଗତ ଏହି ନିଷ୍ପତ୍ତି ନେଇ ନେଇଛନ୍ତି ।
'Transparency doesn’t undermine judicial independency', Supreme Court says while upholding the Delhi High Court judgement which ruled that office of Chief Justice comes under the purview of Right to Information Act (RTI). https://t.co/axAjUFzDRr
— ANI (@ANI) November 13, 2019
ଦିଲ୍ଲୀ ହାଇକୋର୍ଟର ୨୦୧୨ରେ ଦିଆଯାଇଥିବା ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ ପରେ କୋଲୋଜିୟମର ରାୟକୁ କୋର୍ଟର ୱେବସାଇଟ ଅପଲୋଡ କରି ଦିଆଯିବ । ରାୟ ପଢି ବିଚାରପତି ରମ୍ମନା କହିଛନ୍ତି ଯେ ଆରଟିଆଇର ବ୍ୟବହାର ଗୁଇନ୍ଦା ସାଧନ ରୂପେ କରାଯାଇ ହେବ ନାହିଁ ।
କୋର୍ଟ ନିଜ ରାୟରେ ଆହୁରି କହିଛନ୍ତି ଯେ ଆରଟିଆଇ ଅନ୍ତର୍ଗତ ଜବାବଦେହୀରୁ ପାରଦର୍ଶିତା ବୃଦ୍ଧି ପାଇବ । ଏହା ଦ୍ୱାରା ନ୍ୟାୟିକ ସ୍ୱତନ୍ତ୍ରତା, ପାରଦର୍ଶିତା ମଜଭୁତ ହେବ । ଏହା ଦ୍ୱାରା ଏହି ଭାବନା ମଜଭୁତ ହେବ ଯେ ଆଇନ ଉପରେ କେହି ନୁହଁ, ଏପରିକି ସୁପ୍ରିମକୋର୍ଟଙ୍କ ବିଚାରପତି ମଧ୍ୟ ନୁହଁ ।
More Stories